ମହିଳା ପ୍ରିମିୟର ଲିଗ୍: ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିଲା ମୁମ୍ବାଇ

ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ବିଜେତା ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସକୁ କ୍ରମାଗତ ତୃତୀୟ ଥର ପାଇଁ ଉପବିଜେତା ଭାବରେ ସନ୍ତୁଷ୍ଟ ହେବାକୁ ପଡିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି ମୁମ୍ବାଇ। 

Mumbai-Indians-win-WPL-title

Mumbai-Indians-win-WPL-title Photograph: (sambad.in)

ମୁମ୍ବାଇ: ହରମନପ୍ରୀତ କୌରଙ୍କ ନେତୃତ୍ୱରେ, ମୁମ୍ବାଇ ଇଣ୍ଡିଆନ୍ସ ଦ୍ୱିତୀୟ ଥର ପାଇଁ ମହିଳା ପ୍ରିମିୟର ଲିଗ୍ ବିଜେତା ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସକୁ କ୍ରମାଗତ ତୃତୀୟ ଥର ପାଇଁ ଉପବିଜେତା ଭାବରେ ସନ୍ତୁଷ୍ଟ ହେବାକୁ ପଡିଛି। ଦିଲ୍ଲୀ କ୍ୟାପିଟାଲ୍ସକୁ ୮ ରନ୍‌ରେ ପରାସ୍ତ କରି ଚଳିତ ସଂସ୍କରଣ ଟ୍ରଫି ହାତେଇଛି ମୁମ୍ବାଇ। 

ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୯ ରନ୍ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୧ ରନ୍ କରିବାରେ ସକ୍ଷମ ହୋଇଥିଲା ।

ଦିଲ୍ଲୀ ଏହି ମ୍ୟାଚ୍ ଜିତିପାରିଥାନ୍ତା କିନ୍ତୁ ନିଜର ଭୁଲ ଯୋଗୁଁ ଦିଲ୍ଲୀ ପ୍ରାରମ୍ଭିକ ୱିକେଟ୍ ହରାଇଥିଲା । ଅଧିନାୟିକା ହରମନପ୍ରୀତ କୌରଙ୍କ ୬୬ ରନର ଚମତ୍କାର ଇନିଂସ ଏବଂ ନାଟ ସିଭର-ବ୍ରଣ୍ଟଙ୍କ ସହ ଅର୍ଦ୍ଧଶତକୀୟ ଭାଗୀଦାରୀ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟରେ ୧୪୯ ରନ କରିପାରିଥିଲା। ମୁମ୍ବାଇ ପୁଣି ଥରେ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଦିଲ୍ଲୀକୁ ନଅ ୱିକେଟରେ ୧୪୧ ରନରେ ସୀମିତ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe