ମିଆମି ଓପନ୍‌: ସାବାଲେଙ୍କାଙ୍କୁ ମାତ୍‌ ଦେଲେ ସୋରାନା

Advertisment
ମିଆମି ଓପନ୍‌: ସାବାଲେଙ୍କାଙ୍କୁ ମାତ୍‌ ଦେଲେ ସୋରାନା

ମିଆମି (ଫ୍ଲୋରିଡା) : ଅଣମାନ୍ୟତାପ୍ରାପ୍ତ ସୋରୋନା କିର୍ଷ୍ଟିଆ ଚଳିତ ମିଆମି ଓପନ୍‌ରେ ବିପର୍ଯ୍ୟୟ ଘଟାଇଛନ୍ତି। ଏହି ରୋମାନିଆ ତାରକା ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜୟିନୀ ତଥା ବିଶ୍ବ ମାନ୍ୟତାର ଦ୍ବିତୀୟ ଆରିନା ସାବାଲେଙ୍କାଙ୍କୁ ସିଧାସଳଖ ସେଟ୍‌ ୬-୪ ଓ ୬-୪ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେବା ସହିତ ନିଜେ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଏହା ମଧ୍ୟ ୩୨ ବର୍ଷ ବୟସ୍କା ସୋରୋନାଙ୍କର ୧୦ ବର୍ଷ ପରେ ପ୍ରଥମ ତଥା କ୍ୟାରିୟରର ମୋଟ ଦ୍ବିତୀୟ ଡବ୍ଲୁଟିଏ ୧୦୦୦ ସେମିଫାଇନାଲ୍‌ ପ୍ରବେଶ। ସାବାଲେଙ୍କାଙ୍କୁ ପରାସ୍ତ କରିବା ତାଙ୍କ କ୍ୟାରିୟରର ସର୍ବବୃହତ୍‌ ବିଜୟ ବୋଲି ବର୍ଣ୍ଣନା କରିଛନ୍ତି ସୋରୋନା। ମ୍ୟାଚ୍‌ ଜିତିବା ପରେ ବିଶ୍ବ ମାନ୍ୟତାର ୭୪ ସୋରୋନା ଏତେ ଖୁସୀ ହୋଇଯାଇଥିଲେ ଯେ ଏହାକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ନଥିବା କହିଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକ କ୍ବାର୍ଟର ଫାଇନାଲ୍‌ରେ ଅଣମା‌ନ୍ୟତାପ୍ରାପ୍ତ ଫିନ୍‌ ଇମିଲ ରୁସୁଭୌରିଙ୍କୁ ୬-୩ ଓ ୬-୧ ସିଧାସଳଖ ସେଟ୍‌ରେ ପରାସ୍ତ କରି ଇଟାଲିର ଜାନିକ ସିନେର ସେମିଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଏଥି ସହିତ ସିନେର ମଧ୍ୟ ରୁସୁଭୌରିଙ୍କ ବିପକ୍ଷରେ ବିଜୟ ବ୍ୟବଧାନକୁ ୫-୦ରେ ପହଞ୍ଚାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe