ମାଇକେଲ୍ କିଣ୍ଡୋ ସ୍ମାରକୀ ହକି: ଫାଇନାଲ୍‌ରେ ଛତ୍ରପୁର-ଭୁବନେଶ୍ବର

Advertisment

ଭୁବନେଶ୍ବର ହକି କ୍ଲବ୍‌ ଟ୍ରଷ୍ଟ୍‌ (ବିଏଚ୍‌ସିଟି) ଓ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ମାଇକେଲ୍‌ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ଏଚ୍‌ଟିସି ଛତ୍ରପୁର ଭେଟିବ ଆୟୋଜକ ବିଏଚ୍‌ସିଟିକୁ।

scscdd

ଭୁବନେଶ୍ବର: ଭୁବନେଶ୍ବର ହକି କ୍ଲବ୍‌ ଟ୍ରଷ୍ଟ୍‌ (ବିଏଚ୍‌ସିଟି) ଓ ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ମାଇକେଲ୍‌ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତାର ଫାଇନାଲ୍‌ରେ ଏଚ୍‌ଟିସି ଛତ୍ରପୁର ଭେଟିବ ଆୟୋଜକ ବିଏଚ୍‌ସିଟିକୁ। ଶନିବାର ଏଚ୍‌ଟିସି ଛତ୍ରପୁର ଏବଂ ଜିଆର୍‌ ରଣପୁର ମଧ୍ୟରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ୧-୧ ଗୋଲ୍‌ରେ ଶେଷ ହେବା ପରେ ସୁଟ୍‌ଆଉଟ୍‌ରେ ଛତ୍ରପୁର ୨-୧ରେ ବାଜି ମାରିନେଇଥିଲା।

ଦ୍ବିତୀୟ ସେମ‌ିଫାଇନାଲ୍‌ରେ କିନ୍ତୁ ଆୟୋଜକ ଭୁବନେଶ୍ବର ହକି କ୍ଲବ୍‌ ଟ୍ରଷ୍ଟ୍‌ (ବିଏଚ୍‌ସିଟି) ୨-୧ରେ ଏଚ୍‌ଟିସି ଭୁବନେଶ୍ବରକୁ ହରାଇଦେଇଥିଲା। ଶନିବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ହକି ଖେଳାଳି ଦୀପସାନ୍ ତିର୍କି, ରୋଶନ୍ ମିଞ୍ଜ୍‌, ପୋଲିନା ସୋରେନ୍‌, ଅଧିନାୟକ ଧୂପତି ରାଉତ, କ୍ୟାପଟେନ୍ ତରାଇ, ଦେବାଶିଷ ଗୌଡ଼ ଅତିଥି ଭାବେ ଯୋଗ ଦେଇଥିଲେ। ରବିବାର ସଂଧ୍ୟା ୫.୩୦ରେ ଫାଇନାଲ୍ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ତୃତୀୟ ସ୍ଥାନ ପାଇଁ ଜିଆର୍‌ ରଣପୁର-ଏଚ୍‌ଟିସି ଭୁବନେଶ୍ବର ମୁକାବିଲା ବେହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe