ଆଇପିଏଲରେ ଜିତିବ କିଏ? ଭବିଷ୍ୟବାଣୀ କଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ

Advertisment

ଏହି ଖେଳାଳି ହେବେ ମ୍ୟାନ ଅଫ ଦି ମ୍ୟାଚ

ଏହି ଖେଳାଳି ହେବେ ମ୍ୟାନ ଅଫ ଦି ମ୍ୟାଚ

ଆଇପିଏଲରେ ଜିତିବ କିଏ? ଭବିଷ୍ୟବାଣୀ କଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ

photo-one india

ନୂଆଦିଲ୍ଲୀ: ବିଶ୍ୱର ସୁବୁଠୁ ଧନୀ କ୍ରିକେଟ ଲିଗର ଆଜି ଫାଇନାଲ ମ୍ୟାଚ୍ । ଶୁକ୍ରବାର ଇଣ୍ଡିଆନ୍ ପ୍ରିମିୟର ଲିଗର ଟାଇଟଲ ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ । ଦୁଇ ଦଳ ପୂର୍ବରୁ ମଧ୍ୟ ଆଇପିଏଲ୍ ଟ୍ରଫି ହାତେଇ ସାରିଛନ୍ତି ହେଲେ ପୁଣିଥରେ ଟ୍ରଫି ଜିତିବାକୁ ଦୁଇ ଦଳ ଆଜି ପଡିଆକୁ ଓହ୍ଲାଇବେ । ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଅର୍ଥାତ୍ ଆଇପିଏଲ୍ ୨୦୨୧ ର ଫାଇନାଲକୁ ନେଇ ଏକ ଭବିଷ୍ୟବାଣୀ କରିଛନ୍ତି |

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱାନ୍ ଶୁକ୍ରବାର ପୂର୍ବାନୁମାନ କରିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୧ ଜିତିବ ଏବଂ ରବିନ୍ଦ୍ର ଜାଡେଜା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେବେ। ୱାନ୍ ଟ୍ୱିଟ୍ କରି କହିଛନ୍ତି, "ଯେହେତୁ ମୋର ସମସ୍ତ ଭବିଷ୍ୟବାଣୀ ଚଳିତ ବର୍ଷ ପୂରଣ ହୋଇଛି। ମୁଁ ଭାବୁଛି ଚେନ୍ନାଇ ଆଜି ଆଇପିଏଲ୍ ଫାଇନାଲ୍ ଜିତିବ।


ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଇପିଏଲ୍ ୨୦୨୧ର ଫାଇନାଲର ରବିନ୍ଦ୍ର ଜାଡେଜା ହେବ।" ଉଭୟ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ପୂର୍ବରୁ ଆଇପିଏଲ୍ ଟ୍ରଫି ଜିତିସାରିଛନ୍ତି । କୋଲକାତା ୨୦୧୨ ଓ ୨୦୧୪ରେ ଚାମ୍ପିୟନ ହୋଇଥିବାବେଳେ ଚେନ୍ନାଇ ମଧ୍ୟ ପୂର୍ବରୁ ୩ ଥର ଆଇପିଏଲ୍ ବିଜେତା ହୋଇସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe