କିୱା ଆଇସଲାଣ୍ଡ: ଗଲ୍ଫ ଇତିହାସରେ ରବିବାର ମେଜର ଟ୍ରଫି ଜିତିବାରେ ଫିଲ୍ ମିକେଲସନ୍ ସବୁଠୁ ବୟସ୍କ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। ୫୦ ବର୍ଷୀୟ ଏହି ବାମହାତୀ ଖେଳାଳି ପିଜିଏ ଚାମ୍ପିଅନ୍ସିପ୍ ଜିତି ନିଜର ଟ୍ରଫି ସଂଖ୍ୟା ୬ରେ ପହଞ୍ଚାଇଥିଲେ। ଏହି ବିଜୟ ସହ ସେ ୨.୧ ମିଲିୟନ ଡଲାର ପୁରସ୍କାର ରାଶି କରାୟତ୍ତ କରିଛନ୍ତି। କିୱା ଆଇସଲାଣ୍ଡରେ ତାଙ୍କ ଚମତ୍କାର ପ୍ରଦର୍ଶନ ଯୁବ ପ୍ରତିଦ୍ବନ୍ଦ୍ବୀଙ୍କୁ ନିରାଶ କରିଥିଲା। ମିକେଲସନ୍ଙ୍କ ପୂର୍ବରୁ ଏହି କୀର୍ତ୍ତିମାନ ଆମେରିକାର ଜୁଲିଅସ ବୋରୋସଙ୍କ ନାମରେ ଥିଲା। ବୋରୋସ ୪୮ ବର୍ଷ ବୟସରେ ୧୯୬୮ ପିଜିଏ ଚାମ୍ପିଅନ୍ସିପ୍ ବିଜେତା ହୋଇଥିଲେ। ‘‘ଏହା ମୋ ପାଇଁ ଅବିଶ୍ବସନୀୟ ଅନୁଭବ ଆଣିଛି। ମୋ ବିଶ୍ବାସ ଥିଲା ଏହା ସମ୍ଭବ କିନ୍ତୁ ସବୁକିଛି କହୁଥିଲା ଏହା ହୋଇପାରିବନି। ମୁଁ ଆଶା କରେ ସମସ୍ତେ ଏଥରୁ ପ୍ରେରଣା ନିଅନ୍ତୁ। ନିଜ ଦକ୍ଷତା ଅନୁଯାୟୀ କାମ କରନ୍ତୁ ଫଳ ଈଶ୍ବର ବିଚାର କରିବେ’’ ବୋଲି ବିଜୟ ପରେ ମିକେଲସନ କହିଛନ୍ତି। ୨୦୧୩ ବ୍ରିଟିସ ଓପନ୍ ପରେ ମାଇକେଲସନ୍ଙ୍କ ଏହା ପ୍ରଥମ ମେଜର ଟ୍ରଫି।
ପିଜିଏ ମେଜର୍ ଟ୍ରଫି ଜିତିବାରେ ମିକେଲସନ ସବୁଠୁ ବୟସ୍କ
Advertisment
Follow Us