ନୂଆଦିଲ୍ଲୀ: ଦୀର୍ଘ ୩୮ ବର୍ଷ ଧରି ଡିସ୍କସ୍ ଥ୍ରୋ’ରେ ରହିଥିବା ବିଶ୍ବ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ଲିଥୁଆନିଆର ମିକୋଲାସ୍ ଆଲେକ୍ନା। ଓକଲାହୋମା ଥ୍ରୋ ସିରିଜ ପ୍ରତିଯୋଗିତାରେ ମିକୋଲାସ ୭୪.୩୫ ମିଟର ପର୍ଯ୍ୟନ୍ତ ଡିସ୍କସ୍ ଫିଙ୍ଗିଥିଲେ। ଯାହାକି ୧୯୮୬ ଜୁନ୍ ୬ ତାରିଖରେ ଜର୍ମାନିର ଜର୍ଜେନ୍ ସ୍କଲ୍ଟଙ୍କ ୭୪.୦୮ ମିଟରର ବିଶ୍ବ କୀର୍ତ୍ତିମାନକୁ ପଛରେ ପକାଇଦେଇଥିଲା। ବାସ୍ତବରେ ମିକୋଲାସ୍ ୭୪.୪୧ ମିଟର ପକାଇଥିଲେ। କିନ୍ତୁ ବିଶ୍ବ ଦୌଡ଼କୁଦ ମହାସଂଘ ଏହାର ପୁନଃ ଯାଞ୍ଚ କରିବା ପରେ ସଂଶୋଧନ କରିଥିଲା। ୨୧ ବର୍ଷୀୟ ମିକୋଲାସ୍ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ପଢୁଥିଲା ବେଳେ ବିଶ୍ବ ଆଉଟ୍ଡୋର ଚାମ୍ପିଅନ୍ସିପ୍ରେ ଦୁଇ ଥର ପଦକ ଜିତିଛନ୍ତି। ୨୦୨୨ ଅର୍ଗେନ୍ ବିଶ୍ବ ଚାମ୍ପିଅନ୍ସିପ୍ରେ ରୌପ୍ୟ ଓ ଗତବର୍ଷ ହଙ୍ଗେରିରେ କାଂସ୍ୟ ପଦକ ଜିତିଥିଲେ।
୩୮ ବର୍ଷର ବିଶ୍ବ ଡିସ୍କସ୍ କୀର୍ତ୍ତିମାନ ଭାଙ୍ଗିଲେ ମିକୋଲାସ୍
Advertisment
Follow Us