ଡାକ୍ତରଖାନାରୁ ଛାଡ଼ ପାଇଲେ ମିଲଖା

Advertisment
ପୁଣି ଥରେ ତାଜା ହୋଇଗଲା; ମିଲଖା ସିଂହଙ୍କ କଟକ କାହାଣୀ, ସରିବା ପରେ ଟ୍ରାକ୍ ମାପିଥିଲେ

Moneycontrol

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କିଂବଦନ୍ତି ଭାରତୀୟ ଧାବକ ମିଲ୍‌ଖା ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ପରିବାରର ଅନୁରୋଧ କ୍ରମେ ଡାକ୍ତରଖାନା ପକ୍ଷରୁ ୯୧ ବର୍ଷୀୟ ମିଲ୍‌ଖାଙ୍କୁ ରବିବାର ଡିସ୍‌ଚାର୍ଜ କରାଯାଇଛି। ସେ ଘରକୁ ଫେରିଥିଲେ ମଧ୍ୟ ଅମ୍ଳଜାନ ସହାୟତାରେ ରହିବେ। କରୋନା ଆକ୍ରାନ୍ତ ତାଙ୍କ ପତ୍ନୀ ୮୨ ବର୍ଷୀୟ ନିର୍ମଳା କୌରଙ୍କ ଅମ୍ଲଜାନ ସ୍ତର କମିବାରୁ ଶନିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିର୍ମଳାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସ୍ଥିର ରହିଛି ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ ମିଲ୍‌ଖା ଗତ ସୋମବାର ଏବଂ ନିର୍ମଳା ବୁଧବାର ‌ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଉଭୟ କରୋନା ନିମୋନିଆରେ ପୀଡ଼ିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe