ଅଶ୍ବାରୋହୀ ମିର୍ଜାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା, ୨୦ ବର୍ଷ ପରେ ପ୍ରଥମ ଭାରତୀୟ

Advertisment
ଅଶ୍ବାରୋହୀ ମିର୍ଜାଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା, ୨୦ ବର୍ଷ ପରେ ପ୍ରଥମ ଭାରତୀୟ

Sportstar - The Hindu

ନୂଆଦିଲ୍ଲୀ: ଅଭିଜ୍ଞ ଅଶ୍ବାରୋହୀ ଫୌଦ ମିର୍ଜା ୨୦ ବର୍ଷ ପରେ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି। ପୋଲାଣ୍ଡର ବାବୋରୋକୋ ଅଶ୍ବଚାଳନା ଉତ୍ସବରେ ମିର୍ଜା ଅଲିମ୍ପିକ୍‌ କ୍ରୀଡ଼ା ପାଇଁ ସର୍ବନିମ୍ନ ଯୋଗ୍ୟତା ଆବଶ୍ୟକ (ଏମ୍‌ଇଆର୍‌) ପୂରଣ କରିଥିଲେ। ଏହି ପ୍ରତିଯୋଗିତାରେ ସେ ନିଜ ଇଭେଣ୍ଟ୍‌ରେ ପ୍ରଥମ ଦୁଇ ସ୍ଥାନ ବଜାୟ ରଖିଥିଲେ। ସିଗନର ମେଡିକଟ୍‌ରେ ପ୍ରଥମ ଏବଂ ଡଜାରା ୪ରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏମ୍‌ଇଆର୍‌ର ଶେଷ ତାରିଖ ଜୁନ୍‌ ୨୪ ରହିଥିଲା ବେଳେ ତାହା ପୂର୍ବରୁ ସେ ପୂରଣ କରିଦେଇଛନ୍ତି। ୨୦୧୮ ଏସୀୟ କ୍ରୀଡ଼ା ପଦକ ବିଜେତା ୨୭ ବର୍ଷୀୟ ମିର୍ଜା ୨୦୦୦ ସିଡ୍‌ନି ଅଲିମ୍ପିକ୍ସ ପରେ ଯୋଗ୍ୟତା ଅର୍ଜନ କରିବାରେ ପ୍ରଥମ ଭାରତୀୟ ହୋଇଛନ୍ତି। ଇମ୍‌ତିଆଜ୍‌ ଆନିସ ୨୦୦୦ ସିଡ୍‌ନି ଅଲିମ୍ପିକ୍ସରେ ପ୍ରତିଦ୍ବନ୍ଦ୍ବିତା କରିଥିଲା ‌‌ବେଳେ ୱିଙ୍ଗ୍‌ କମାଣ୍ଡର ଆଇଜେ ଲାମ୍ବା ଭାରତ ପକ୍ଷରୁ ୧୯୯୬ ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe