ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ : ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

Advertisment
ପ୍ରମୋଦଙ୍କୁ ଶୁଭେଚ୍ଛାର ସୁଅ : ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଟୋକିଓଠାରେ ଅନୁଷ୍ଠିତ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ପ୍ରମୋଦଙ୍କ ଏହି ସଫଳତା ପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟ କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ପ୍ରମୋଦ ସାରା ଦେଶବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚାମ୍ପିଅନ, ତାଙ୍କ ସଫଳତା କୋଟି କୋଟି ଭାରତୀୟଙ୍କୁ ଅନୁପ୍ରାଣିତ କରିବ । ସେ ଉଲ୍ଲେଖନୀୟ ଅଧ୍ୟବସାୟ ଓ ନିଷ୍ଠାର ପ୍ରଦର୍ଶନ କରିଛନ୍ତି । ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ଅଭିନନ୍ଦନ । ତାଙ୍କର ଆଗାମୀ ପ୍ରତିଯୋଗିତାଗୁଡ଼ିକ ପାଇଁ ତାଙ୍କୁ ଶୁଭେଚ୍ଛା ।

ଟୁଇଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି " ସ୍ବର୍ଣ୍ଣିମ ମୁହୂର୍ତ୍ତ !  ଟୋକିଓ୨୦୨୦ ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।"

ଧର୍ମେନ୍ଦ୍ର ଲେଖିଛନ୍ତି ଯେ, ପ୍ରମୋଦ ଭଗତ ଦେଶର ଜଣେ ଶ୍ରେଷ୍ଠ ପାରା ସଟଲର । ପାରା ଅଲିମ୍ପିକ୍ସରେ ତାଙ୍କ ସଫଳତା ଓଡ଼ିଶା ସମେତ ସମଗ୍ର ଦେଶବାସୀଙ୍କ ପାଇଁ ଆନନ୍ଦ ଆଣିଦେଇଛି । ଭାରତ ପାଇଁ ଆଉ ଏକ ଗୌରବ ଆଣିଥିବାରୁ ଅଭିନନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe