ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ, ମୋଦିଙ୍କୁ ଧନ୍ୟବାଦ ଦେଲେ ବାକ୍

Advertisment
ଟୋକିଓ ଅଲିମ୍ପିକ୍ସକୁ ସମର୍ଥନ, ମୋଦିଙ୍କୁ ଧନ୍ୟବାଦ ଦେଲେ ବାକ୍

ଲୁସାନେ: ୨୦୨୦ ମସିହାରୁ ୨୦୨୧କୁ ସ୍ଥଗିତ ହୋଇଥିବା ଟୋକିଓ ଅଲିମ୍ପିକ୍ସକୁ ଦେଇଥିବା ନିଃସର୍ତ୍ତ ସମର୍ଥନ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ (ଆଇଓସି)ର ସଭାପତି ଥୋମାସ୍ ବାକ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପ୍ରିଲ ପହିଲାରେ ମୋଦିଙ୍କ ପାଖକୁ ଲେଖିଥିବା ପତ୍ରରେ ବାକ୍ ଉଲ୍ଲେଖ କରିଛନ୍ତି ଯେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କରୋନା ମହାମାରୀର ମୁକାବିଲା ଲାଗି ଜି-୨୦ ଦେଶଗୁଡ଼ିକର ମୁଖ୍ୟଙ୍କୁ ନେଇ ଭିଡିଓ କନଫରେନ୍ସିଂରେ ହୋଇଥିବା ସମ୍ମିଳନୀରେ ଟୋକିଓ ଅଲିମ୍ପିକ୍ସକୁ ଆପଣ କରିଥିବା ସମର୍ଥନ ଉତ୍ସାହଜନକ। ଦୟାକରି ମୋ ‘ଧନ୍ୟବାଦ’ ଗ୍ରହଣ କରନ୍ତୁ। ବିଶ୍ବ ଭାତୃତ୍ବ ଓ ଏକତ୍ରୀକରଣରେ ଅଲିମ୍ପିକ୍ସ ନେଉଥିବା ଭୂମିକାକୁ ଚିହ୍ନି ଥିବାରୁ ଆପଣଙ୍କୁ ମୁଁ ପୁଣି ଥରେ ଧନ୍ୟବାଦ ଜଣାଉଛି। ସୂଚନାଯୋଗ୍ୟ ଯେ ଆୟୋଜକ ଜାପାନ ଓ ଆଇଓସି ପ୍ରଥମେ ପ୍ରଥମେ ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଅମଙ୍ଗ ହେଉଥିଲେ ମଧ୍ୟ ପରେ ମାନି ଯାଇଥିଲେ। ଏହି ବିଷୟ ଜି-୨୦ ସମ୍ମିଳନୀରେ ଆଲୋଚନା ହୋଇଥିଲା। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜୁଲାଇ ୨୪, ୨୦୨୦ରୁ ଅଗଷ୍ଟ ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ଏବେ ଏହାକୁ ଜୁଲାଇ ୨୩, ୨୦୨୧ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe