ନୂଆଦିଲ୍ଲୀ: ଦ୍ରୁତ ଗତିରେ ବ୍ୟାପୁଥିବା ମହାମାରୀ କରୋନାର ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରମୁଖ ଭାରତୀୟ କ୍ରୀଡ଼ାବିତ୍ଙ୍କ ସହ କଥାବର୍ତା କରିଛନ୍ତି। କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ସହ ଶ୍ରୀ ମୋଦି ଭିଡିଓ କଲ୍ ଜରିଆରେ ୪୯ କ୍ରୀଡ଼ାବିତଙ୍କ ସହ କଥା ହୋଇଥିଲେ। ଏଥିରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସହ ଓଡ଼ିଶାରୁ ପାରାବ୍ୟାଡ୍ମିଣ୍ଟନ୍ ତାରକା ପ୍ରମୋଦ ଭଗତ ସାମିଲ ଥିଲେ। ଏମାନଙ୍କ ବାଦ୍ ବିଶ୍ୱକପ୍ ବିଜେତା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ରୋହିତ ଶର୍ମା, ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ, ଯୁବରାଜ ସିଂହ, କେଏଲ୍ ରାହୁଲ, ଅଲିମ୍ପିକ୍ ରୌପ୍ୟ ପଦକ ବିଜୟିନୀ ପିଭି ସିନ୍ଧୁ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ଚେସ୍ ତାରକା ବିଶ୍ୱନାଥ ଆନନ୍ଦ, ଧାବିକା ହିମା ଦାସ, ମୁଷ୍ଟିଯୋଦ୍ଧା ଏମ୍ସି ମେରିକମ, ଅମିତ ପଙ୍ଗଲ, କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଏବଂ ଯୁବ ବନ୍ଧୁକଚାଳିକା ମନୁ ଭାକର ଅଂଶଗ୍ରହଣ କରିଥିଲେ। ଏହି ୪୯ ଜଣଙ୍କ ମଧ୍ୟରୁ ୧୨ ଜଣଙ୍କୁ ସେମାନଙ୍କ ମତ ରଖିବାଲାଗି ୩ ମିନିଟ୍ ଲେଖାଏଁ ସମୟ ଦିଆଯାଇଥିଲା। ଏହି କଥାବାର୍ତା ସମୟରେ ମୋଦୀ ଖେଳାଳିମାନକୁ କହିଥିଲେ ଯେ ନିଜ ନିଜ ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ସାମାଜିକ ଦୂରତା ଅବଲମ୍ବନ ସହ ସଚେତନତା ପାଇଁ ଲୋକଙ୍କୁ ଅନୁରୋଧ କର। ଏଥିସହ ଗୃହାବଦ୍ଧ ସମୟରେ ସମସ୍ତଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବା ଏବଂ ଲୋକଙ୍କୁ ବ୍ୟସ୍ତ ନ ହେବା ପାଇଁ ସାମାଜିକ ଗଣମାଧ୍ୟମରେ ଭିଡିଓ ଛାଡ଼ିବାକୁ ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ ଯେ କରୋନା ପାଇଁ ଦେଶରେ ବର୍ତ୍ତମାନ ସମସ୍ତ କ୍ରୀଡ଼ା କାର୍ଯ୍ୟକଳାପ ବନ୍ଦ ରହିଛି ଏବଂ କେବେ ଆରମ୍ଭ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସଂପ୍ରତି କରୋନାରୁ ରକ୍ଷା ପାଇବା ପାଇଁ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ପାଳନ କରାଯାଉଛି। ଏହା ଚଳିତ ମାସ ୧୪ ତାରିଖରେ ସରିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us