Pakistan rejoices over India's defeat Photograph: (sambad.in)
ଲାହୋର: ଟ୍ବେଣ୍ଟି-୨୦ ବିଶ୍ବକପ୍ର ସୁପର-୮ରେ ଦକ୍ଷିଣ ଆଫ୍ରିକାଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳ ପାଇଁ ସେମିଫାଇନାଲ୍ ରାସ୍ତା କଷ୍ଟକର ହୋଇପଡ଼ିଛି। ଏବେ ଭାରତକୁ ଆସନ୍ତା ଦୁଇଟି ସୁପର-୮ ମ୍ୟାଚ୍କୁ ଭଲ ବ୍ୟବଧାନରେ ଜିତିବାକୁ ହେବ। ଭାରତର ଏହି ପରାଜୟ ପରେ ପାକିସ୍ତାନରେ ପୂର୍ବତନ ବୋଲର୍ ମହମ୍ମଦ ଆମୀରଙ୍କୁ ପ୍ରସଂଶା କରାଯାଉଛି। ଭାରତ ଆଉ ଗୋଟିଏ ମ୍ୟାଚ୍ରେ ବିଫଳ ହେଲେ ଆମୀରଙ୍କ ଭବିଷ୍ୟବାଣୀ ସତ ହେବ ବୋଲି କେତେକ ପୂର୍ବତନ ପାକିସ୍ତାନୀ ଖେଳା​ଳି କହିଛନ୍ତି।
ଭାରତୀୟ ଦଳ ଏବେ ସଂକଟରେ ଅଛି: ୟୁସୁଫ୍
ଆମୀରଙ୍କୁ ପ୍ରସଂଶା କରି ପୂର୍ବତନ ପାକିସ୍ତାନୀ ବ୍ୟାଟର୍ ମହମ୍ମଦ ୟୁସୁଫ୍ କହିଛନ୍ତି “ସେ ପୂର୍ବରୁ ଭାରତକୁ ପଡ଼ିଆରେ ସମସ୍ୟାରେ ପକାଉଥିଲେ, ଏବେ ଷ୍ଟୁଡିଓରେ ବସି ସମସ୍ୟାରେ ପକାଉଛନ୍ତି। ଭାରତୀୟ ଦଳ ଏବେ ସଂକଟରେ ଅଛି, ତାକୁ ନିଶ୍ବାସ ନେବାକୁ ଦିଅ। ଦକ୍ଷିଣ-ଆଫ୍ରିକା ଗତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଯେଉଁ ତ୍ରୁଟି କରିଥିଲା, ତାହାକୁ ଏଥର ସୁଧାରିଛି। ସେମାନଙ୍କ ଟପ୍ ଅର୍ଡର ବିଫଳ ହେବା ପରେ ମଧ୍ୟକ୍ରମ ଓ ନିମ୍ନକ୍ରମ ବ୍ୟାଟରମାନେ ଭଲ ପ୍ରଦର୍ଶନ କଲେ ଓ ଆସାଧାରଣ ଶୃଙ୍ଖଳା ସହ ବୋଲିଂ କଲେ।’’
ପୂର୍ବରୁ ଆମୀର କହିଥିଲେ ଯେ ଭାରତ ଏକ ଖରାପ ଦଳ ନୁହେଁ, କିନ୍ତୁ ତାଙ୍କ ଆକଳନ ଅନୁସାରେ ଗ୍ରୁପ ପର୍ଯ୍ୟାୟରେ ସେମାନେ ଯେପରି ବ୍ୟାଟିଂ କରିଥିଲେ, ସେମାନଙ୍କ ଅପେକ୍ଷା ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ୍ ଭଲ ଦଳ। ଭାରତ ସେମିଫାଇନାଲକୁ ଯିବ ନାହିଁ।
ଆହୁରି ପଢ଼ନ୍ତୁ: Tension in JNU: ଜେଏନ୍ୟୁରେ ଉତ୍ତେଜନା: ବାମପନ୍ଥୀ-ଏବିଭିପି ସମର୍ଥକ ମୁହାଁମୁହିଁ
Follow Us