ଆନ୍ତର୍ଜାତିକ ଏଫ୍‌ଟିପିରେ ପରିବର୍ତ୍ତନ ଆବଶ୍ୟକ: ଆଝାରୁଦ୍ଦିନ

Advertisment
ମୋ ଆଜୀବନ ବାସନ୍ଦର କାରଣ ଜାଣିନି: ଆଝାରୁଦ୍ଦିନ୍‌

The Statesman

ନୂଆଦିଲ୍ଲୀ : କୋଭିଡ୍‌-୧୯ ମହାମାରୀ ‌ଯୋଗୁଁ ବର୍ତ୍ତମାନ ସବୁ କ୍ରିକେଟ ସୂଚୀରେ ଅପୂରଣୀୟ କ୍ଷତି ହୋଇଛି। ତେଣୁ ଆନ୍ତର୍ଜାତିକ କ୍ୟାଲେଣ୍ଡରକୁ ପୁନଃ ପ୍ରସ୍ତୁତି ପାଇଁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ସମସ୍ତ ଦେଶର କ୍ର‌ିକେଟ ବୋର୍ଡଙ୍କୁ ଆହ୍ବାନ କରିଛନ୍ତି। ହାଇଦ୍ରାବାଦ କ୍ରିକେଟ ସଂଘର ସଭାପତି ଆଝାରୁଦ୍ଦିନ୍‌ଙ୍କ ମତରେ, ଆଇପିଏଲ୍‌ ଉଭୟ ଘରୋଇ ଓ ବିଦେଶୀ ଖେଳାଳିଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଆନ୍ତର୍ଜାତିକ କ୍ରିକେଟର ଭବିଷ୍ୟତ ଗସ୍ତ କାର୍ଯ୍ୟକ୍ରମ (ଏଫ୍‌ଟିପି)ରେ ଆଇପିଏଲ୍‌କୁ ସ୍ଥାନ ଦିଆଯିବା ଆବଶ୍ୟକ।

ତାଙ୍କ ଅନୁଯାୟୀ, ପରବର୍ତ୍ତୀ ଦୁଇ ବର୍ଷ ପାଇଁ ଏଫ୍‌ଟିପିରେ ପରିବର୍ତ୍ତନ ହୋଇପାରିବ। ଥରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଗଲେ ଆମେ ଅନ୍ୟ ଦେଶର ବୋର୍ଡମାନଙ୍କ ସହ ଏବିଷୟରେ ଆଲୋଚନା କରିପାରିବା। ସେମାନଙ୍କ ସୂଚୀ ମଧ୍ୟରେ ଆଇପିଏଲ୍‌ ପାଇଁ ଯଦି କିଛି ସ୍ଥାନ‌ ଦେଇପାରିବେ, ତାହେଲେ ସମସ୍ତ ଗସ୍ତ କାର୍ଯ୍ୟକ୍ରମ ପରିବର୍ତ୍ତନ ହୋଇପାରିବ। ନଚେତ୍‌ ଯେପରି ଚାଲିଛି, ତାହାକୁ ଚାଲିବାକୁ ‌ଦିଆଯିବ। କିନ୍ତୁ ଏଭଳି ହେବାଦ୍ବାରା ଅନେକ ହିତାଧିକାରୀଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ ଏବଂ ବାସ୍ତବରେ ଏହା ହେବା ଠିକ୍‌ ‌ନୁହେଁ। ଏଥିଯୋଗୁଁ ଆଇପିଏଲ୍‌କୁ ସ୍ଥାନ ଦେବାକୁ ହେଲେ ଏଫ୍‌ଟିପିରେ ସଂପୂର୍ଣ୍ଣ ଭାବେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଆଝାରୁଦ୍ଦିନ୍‌ କହିଛନ୍ତି।

ଏଭଳି ସମସ୍ୟା ଦ୍ବାରା ବିସିସିଆଇ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ। ଏପରିକି ସମସ୍ତେ ବର୍ତ୍ତମାନର ପରିସ୍ଥିତିରେ ପ୍ରଭାବିତ ହୋଇଥିବାରୁ ଏଭଳି ପ୍ରସ୍ତାବରେ ସବୁ ବୋର୍ଡ ରାଜି ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ବିଦେଶୀ ଖେଳାଳିଙ୍କ ମଧ୍ୟରେ ଆଇପିଏଲ୍‌କୁ ନେଇ ଉତ୍ସାହ ଭରପୂର ରହିଛି। ଜୋସ୍‌ ବଟଲର ଓ ପ୍ୟାଟ୍‌ କମିନ୍ସଙ୍କ ପରି ଖେଳାଳି ଚଳିତ ବର୍ଷ ଯେକୌଣସି ସମୟରେ ଆଇପିଏଲ୍‌ ଆୟୋଜନ ହେଲେ ବି ଖେଳିବାକୁ ପ୍ରସ୍ତୁତ ବୋଲି କହିଥିଲେ। ତେଣୁ ଆଇପିଏଲ୍‌କୁ କେହି ମନା କରିବେନି। ଏହି ପ୍ରତିଯୋଗିତାରେ ଖେଳିବାକୁ ସମସ୍ତେ ଉତ୍ସାହିତ ଅଛନ୍ତି। ଭାରତର ଯେଉଁ ଖେଳାଳିମାନେ ଦେଶକୁ ପ୍ରତିନିଧିତ୍ବ କରିବାରେ ସଫଳ ହୋଇପାରିନାହାନ୍ତି, ସେମାନଙ୍କ ପାଇଁ ଆଇପିଏଲ୍‌ର ମହତ୍ବ ଅଧିକ ଥିବା ସେ କହିଛନ୍ତି।

ତେବେ ଏଫ୍‌ଟିପିରୁ ଟେଣ୍ବି-୨୦ ବିଶ୍ବକପ୍‌ ସ୍ଥାନରେ ପରିବର୍ତ୍ତନ ହେବା ସମ୍ଭାବନା ପ୍ରାୟତଃ ନଥିବା ଆଝାରୁଦ୍ଦିନ୍‌ କହିଛନ୍ତି। ଅକ୍ଟୋବର ତୃତୀୟ ସପ୍ତାହରେ ଏହି ବିଶ୍ବକପ୍‌ ଖେଳାଯିବ। ଯଦି ସବୁକିଛି ଠିକ୍‌ଠାକ୍‌ ଯାଏ, ତାହେଲେ ବିଶ୍ବକପ୍‌ ଆୟୋଜନ ହୋଇପାରିବ। ତଥାପି ଏସବୁ ମଧ୍ୟରେ ଆଇପିଏଲ୍‌ ପାଇଁ ମଧ୍ୟ କିଛି ସ୍ଥାନ ରହିବା ଜରୁରୀ। ଖେଳାଳିଙ୍କ ପାଇଁ ବର୍ତ୍ତମାନର ସମୟ ନିରାଶାଜନକ ହୋଇପଡ଼ିଥିବା ଆଝାରୁଦ୍ଦିନ୍‌ ସ୍ବୀକାର କରିଛନ୍ତି। ଖେଳାଳିମାନେ ନେଟ୍ସରେ ଅଭ୍ୟାସ କରିବା ସୁଯୋଗ ପାଇପାରୁନାହାନ୍ତି। ଯେତେବେଳେ ସେମାନେ ପଡ଼ିଆକୁ ଆସିବେ, ସେତେବେଳେ ଅଭ୍ୟାସର ଅଭାବ ହୃଦ୍‌ବୋଧ କରିବେ। ଯଦିଓ ଅନେକ ଖେଳାଳି ଶାରୀରିକ ଦକ୍ଷତା ବୃଦ୍ଧି ପାଇଁ ଏକାଧିକ ପଦକ୍ଷେପ ନେଉଛନ୍ତି, ତଥାପି ସ୍ବଭାବିକ୍‌ ସ୍ଥିତି ଆସିବା ପରେ ସେମାନେ ଲୟକୁ ଫେରିବା ପାଇଁ ପାଖାପାଖି ସପ୍ତାହେ ସମୟ ନେଇପାରନ୍ତି ବୋଲି ଆଝାରୁଦ୍ଦିନ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe