ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଜଣେ ପ୍ରଶଂସନୀୟ ଫିଲ୍ଡର ଓ ନିମ୍ନ ସ୍ତରର ଭଲ ବ୍ୟାଟସ୍ମ୍ୟାନ୍ ମହମ୍ମଦ କେଫ୍ ଇଂଲଣ୍ଡ ବିରୋଧରେ ୧୬ ବର୍ଷ ପୂର୍ବରୁ ଯେଉଁ ଇନିଂସ ଖେଳି ଥିଲେ, ତାହାକୁ କ୍ରିକେଟ ପ୍ରେମୀ ଆଜି ବି ମନେପକାନ୍ତି। ନେଟେଓ୍ଵଷ୍ଟ ଟ୍ରଫିର ଫାଇନାଲରେ ଯୁବରାଜ ସିଂହଙ୍କ ସହିତ ମିଶି ୬ଷ୍ଠ ଓ୍ଵିକେଟ୍ ପାଇଁ ୧୨୧ ରନ ପାଟନରସିପ୍ କରି ଟିମ୍ ଇଣ୍ଡିଆକୁ ମ୍ୟାଚ୍ ଓ ଶୃଙ୍ଖଳା ବିଜୟୀ କରାଇଥିଲେ।
କେଫ୍ ୧୬ ବର୍ଷ ପରେ ପ୍ରତିଯୋଗିତା କ୍ରିକେଟରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି। ମହମ୍ମଦ କେଫ୍ ଭାରତ ପାଇଁ ୧୨ ବର୍ଷ ପୂର୍ବେ ଶେଷ ଥର ମ୍ୟାଚ ଖେଳିଥିଲେ। ୩୭ ବର୍ଷିଅ କେଫ୍ ୧୩ଟି ଟେଷ୍ଟ, ୧୨୫ଟି ଦିନିକିଆ ଖେଳିଛନ୍ତି। ସେ ଲଡର୍ସ ଠାରେ ନେଟେଓ୍ଵଷ୍ଟ ଟ୍ରଫି ଫାଇନାଲରେ ୮୭ ରନ୍ ଯୋଡ଼ିଥିଲେ।
କେଫ୍ ବିସିସିଆଇର କାର୍ଯ୍ୟକାରୀ ଅଧ୍ୟକ୍ଷ ସି.କେ ଖନ୍ନା ଓ କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀଙ୍କୁ ଇ-ମେଲ୍ ପଠାଇ ଲେଖିଛନ୍ତି, ମୁଁ ଆଜି ସମସ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍ରୁ ସନ୍ୟାସ ନେଉଛି।
କେଫ୍ ୨୦୦୩ରେ ଫାଇନାଲ ଖେଳିଥିବା ଭାରତୀୟ ଟିମ୍ର ସଦସ୍ୟ ଥିଲେ। ଯୁବରାଜ ସିଂହଙ୍କ ସହିତ ୧୯ ବର୍ଷରୁ କମ୍ କ୍ରିକେଟ୍ରେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମ୍ରେ ସାମିଲ ହୋଇଥିଲେ। ଉତ୍ତର ପ୍ରଦେଶ ପାଇଁ ରଣଜୀ ଟ୍ରଫି ଜିତିଥିବା କେଫ୍ ଶେଷ ପ୍ରଥମ ଶ୍ରେଣୀ ମ୍ୟାଚ ଛତିଶଗଡ଼ ପାଇଁ ଖେଳିଥିଲେ। ସେ ଲେଖିଛନ୍ତି ନେଟ୍େଓ୍ଵଷ୍ଟ ଟ୍ରଫିରେ ମିଳିଥିବା ବିଜୟକୁ ୧୬ ବର୍ଷ ପୂରିଛି ଓ ଆଜି ମୁଁ ସନ୍ୟାସ ନେଉଛି। ଭାରତ ପାଇଁ ଖେଳିବାକୁ ସୁଯୋଗ ମିଳିଥିବାରୁ ବିସିସିଆଇକୁ କୃତଜ୍ଞତା ଜଣାଉଛି।
Follow Us