ଭାରତ ହାରିବାରେ ଖୁସି ହୋଇଥିବା ସୋଏବଙ୍କୁ ପାକିସ୍ତାନର ପରାଜୟ ପରେ କଡ଼ା ଜବାବ ଦେଲେ ମହମ୍ମଦ ସାମି

Advertisment
ଭାରତ ହାରିବାରେ ଖୁସି ହୋଇଥିବା ସୋଏବଙ୍କୁ ପାକିସ୍ତାନର ପରାଜୟ ପରେ କଡ଼ା ଜବାବ ଦେଲେ ମହମ୍ମଦ ସାମି

ମେଲବର୍ଣ୍ଣ:  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପରେ ଇଂଲଣ୍ଡ ଆଗରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଆତ୍ମସମର୍ପଣ କରିଛି।

ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମ୍ସିଜି)ରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଇଂଲଣ୍ଡ ୫ ୱିକେଟରେ ପରାସ୍ତ କରିଛି। ଇଂଲଣ୍ଡ ୧୯ ଓଭରରେ ୫ ୱିକେଟ୍ ହରାଇ ୧୩୮ ରନ୍ କରିଛି। ଏଥି ସହିତ ଇଂଲଣ୍ଡ ଚାମ୍ପିଅନ୍ ହୋଇଛି। ଏହାପରେ ପୂର୍ବତନ ପାକିସ୍ତାନ କ୍ରିକେଟରଙ୍କ ପ୍ରତିକ୍ରିୟା ବି ଆସିଛି।

ପାକିସ୍ତାନର କ୍ରିକେଟର ସୋଏବ ଅଖତର ଟି-୨୦ ବିଶ୍ବକପରେ ପାକିସ୍ତାନର ପରାଜୟ ପରେ ଏକ ଭଙ୍ଗା ହୃଦୟ ଥିବା ଇମୋଜି ଟୁଇଟ କରିଥିଲେ। ଯାହାକୁ ନେଇ ଭାରତର କ୍ରିକେଟର ମହମ୍ମଦ ସାମି ପ୍ରତିକ୍ରିୟା ଦେଇଛନ୍ତି। ମହମ୍ମଦଙ୍କ ଏହି ପ୍ରତିକ୍ରିୟା ଭାଇରାଲ ହେବାରେ ଲାଗିଛି। ମହମ୍ମଦ ସାମି ସୋଏବଙ୍କ ଟୁଇଟର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସରି ଭାଇ, ଏହାକୁ କର୍ମ କହନ୍ତି।’

ଟି-୨୦ ବିଶ୍ବକପ୍ ଖେଳ ସମୟରେ ସୋଏବ ଅଖତର ଭାରତୀୟ ଦଳକୁ କ୍ରମାଗତ ଭାବରେ ସମାଲୋଚନା କରି ଆସୁଥିଲେ ଏବଂ ସେମିଫାଇନାଲରେ ଭାରତୀୟ କ୍ରିକେଟ ଦଳର ପରାଜୟ ପରେ ଖୁସି ହୋଇଥିଲେ। ବର୍ତ୍ତମାନ ଯେତେବେଳେ ଫାଇନାଲରେ ପାକିସ୍ତାନ ହାରିଲା, ମହମ୍ମଦ ସାମି ସୋଏବଙ୍କୁ କଡ଼ା ଜବାବ ଦେଇଛନ୍ତି। କିଛି ମିନିଟ୍ ମଧ୍ୟରେ ମହମ୍ମଦ ସାମିଙ୍କ ଏହି ଟୁଇଟ୍ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe