ଆମକୁ କୁକୁର କହିବା ବେଳେ କାହିଁକି ବିରୋଧ କଲେନି: ମହମ୍ମଦ ୟୁସୁଫ

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ ନିଜ ବୟାନ ପାଇଁ କ୍ଷମା ମାଗିବା ପରିବର୍ତ୍ତେ ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନଙ୍କୁ ମଧ୍ୟ ଏହି ବିବାଦକୁ ଟାଣିଛନ୍ତି।

New Project (1)

ନୂଆଦିଲ୍ଲୀକରମର୍ଦ୍ଦନ ବିବାଦ ଭିତରେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ମହମ୍ମଦ ୟୁସୁଫ ଏକ ଟେଲିଭିଜନ୍ କାର୍ଯ୍ୟକ୍ରମ ଅବସରରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ୟାଦବଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ। ସେ ସୂର୍ଯ୍ୟକୁମାରଙ୍କୁ ଜାଣିଶୁଣି ସୁଅରକୁମାର ବୋଲି କହିଥିଲେ।ସୂଚନାଯୋଗ୍ୟ ଯେ ହିନ୍ଦୀ ଭାଷାରେ ଘୁଷୁରୀକୁ ସୁଅର ବୋଲି କୁଆଯାଇଥାଏ। ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ତୀବ୍ର ସମାଲୋଚିତ ହୋଇଛନ୍ତି ୟୁସୁଫ। ସମାଲୋଚନା ମଧ୍ୟରେ କ୍ଷମା ମାଗିବା ପରିବର୍ତ୍ତେ ଅଜବ ଯୁକ୍ତି ଦେଇଛନ୍ତି ୟୁସୁଫ।

କିଛି ମାସ ତଳେ ଭାରତୀୟ କ୍ରିକେଟର ଇରଫାନ ପଠାନ୍ କରିଥିବା ଟ୍ବିଟ୍‌କୁ ନେଇ ସେ ଭାରତର ଗଣମାଧ୍ୟମ ଓ ଭାରତବାସୀଙ୍କୁ ଘେରିଛନ୍ତି। ଏକ୍ସରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ, "ମୁଁ କୌଣସି ଖେଳାଳିଙ୍କୁ ଅସମ୍ମାନ କରିବାକୁ ଚାହୁଁ ନଥିଲି ଯିଏ ନିଜ ଦେଶ ପାଇଁ ଖେଳେ। କିନ୍ତୁ ଭାରତୀୟ ଗଣମାଧ୍ୟମ ଏବଂ ଲୋକମାନେ ଇରଫାନ ପଠାନଙ୍କୁ କାହିଁକି ପ୍ରଶଂସା କରୁଥିଲେ ଯେତେବେଳେ ସେ କହିଥିଲେ ଯେ, ଶାହିଦ ଖାନ ଆଫ୍ରିଦି କୁକୁର ପରି ଭୁକୁଛନ୍ତି? ମର୍ଯ୍ୟାଦା ଏବଂ ସମ୍ମାନ ବିଷୟରେ କହୁଥିବା ପ୍ରତ୍ୟେକ ବ୍ୟକ୍ତି କ'ଣ ଏହାକୁ ବିରୋଧ କରିବା ଉଚିତ୍ ନୁହେଁ?"

ଉଲ୍ଲେଖଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ୟୁସୁଫ ଜଣେ କ୍ରିକେଟ୍ ବି‌ଶେଷଜ୍ଞ ଭାବେ ଯୋଗଦେଇଥିଲେ। ଉପସ୍ଥାପିକା‌ ତାଙ୍କୁ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିବାକୁ ମନା କରିବା ଘଟଣାରେ ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଥିଲେ। ୟୁସୁଫ ପ୍ରଥମେ ଭାରତୀୟ କ୍ରିକେଟ୍ ଦଳ ଏବଂ ବିସିସିଆଇକୁ ଏଥିଲାଗି କଟୁ ସମାଲୋଚନା କରିଥିଲେ। ପରେ ସୂର୍ଯ୍ୟକୁମାରଙ୍କୁ ଜାଣିଶୁଣି ସୁଅରକୁମାର ବୋଲି କହିଥିଲେ। ଉପସ୍ଥାପିକା ସେ ଭାରତୀୟ ଅଧିନାୟକଙ୍କ ନାଁ ଭୁଲ୍ ଭାବେ ଉଚ୍ଚାରଣ କରୁଛନ୍ତି ବୋଲି ଏକାଧିକବାର ସୂଚାଇ ଦେଇଥିଲେ ମଧ୍ୟ ୟୁସୁଫ ଅଟକି ନଥିଲେ। ସୂର୍ଯ୍ୟକୁମାରଙ୍କୁ ବାରମ୍ବାର ସୁଅରକୁମାର ବୋଲି କହିବା ସହ ସେ ଜଣାଇଥିଲେ ଯେ, "ଏହି ଲୋକମାନେ ଫିଲ୍ମ ଜଗତରୁ ବାହାରି ପାରୁନାହାଁନ୍ତି। ଏ ଯୋଉ ସୁଅର(ଘୁଷୁରୀ) କୁମାର ଅଛନ୍ତି... ସୁଅର କୁମାର ଯାଦବ। ଭାରତକୁ ଲଜ୍ଜିତ ହେବା ଉଚିତ ଯେ, ସେମାନେ ଜିତିବା ପାଇଁ କେତେ ତଳକୁ ଖସିଯାଉଛନ୍ତି। ଅମ୍ପାୟାରମାନଙ୍କୁ ସାଙ୍ଗ କରି ରେଫରିଙ୍କୁ ବ୍ୟବହାର କରି ସେମାନେ ପାକିସ୍ତାନକୁ ନିର୍ଯାତନା ଦେଉଛନ୍ତି। ସେମାନେ ହୁଏତ ଅମ୍ପାୟାରଙ୍କ ଆଙ୍ଗୁଠି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଦେଇଛନ୍ତି। କାରଣ ଆମେ ଯେତେବେଳେ ଆଉଟ୍ ବୋଲି ସୂଚିତ କରିବାକୁ ଆବେଦନ କରୁ, ସେତେବେଳେ ସେ ଆଙ୍ଗୁଠି ଉଠେ ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe