କ୍ରିକେଟକୁ ଅଲବିଦା କଲେ ମହମ୍ମଦ ଆମିର, ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଲଗାଇଲେ ମାନସିକ ନିର୍ଯାତନାର ଅଭିଯୋଗ

କ୍ରିକେଟକୁ ଅଲବିଦା କଲେ ମହମ୍ମଦ ଆମିର, ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ଲଗାଇଲେ ମାନସିକ ନିର୍ଯାତନାର ଅଭିଯୋଗ

photo-new indian express

କରାଚୀ: ପାକିସ୍ତାନର ଦ୍ରୁତ ବୋଲର ମହମ୍ମଦ ଆମିର ଅନ୍ତର୍ଜାତୀୟ କ୍ରିକେଟ୍ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି। ୨୮ ବର୍ଷୀୟ ଦ୍ରୁତ ବୋଲର, ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି। ଆମିର କହିଛନ୍ତି ଯେ ଏଭଳି ପରିସ୍ଥିତିରେ ସେ କ୍ରିକେଟ୍ ଜାରି ରଖି ପାରିବେ ନାହିଁ। ମହମ୍ମଦ ଆମିର ଜୁନ୍ ୨୦୧୯ ରେ ଟେଷ୍ଟରୁ ଅବସର ନେବାକୁ ଘୋଷଣା କରିଥିଲେ। ସେ କହିଛନ୍ତି ଯେ ବର୍ତ୍ତମାନର ପାକିସ୍ତାନୀ ଦଳ ପରିଚାଳନାରେ ସେ ଖେଳିବାକୁ ଚାହୁଁନାହାଁନ୍ତି। ଆମିର କହିଛନ୍ତି ଯେ ତାଙ୍କୁ କ୍ରିକେଟ୍ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି।

ଆମିର କହିଛନ୍ତି, 'ଯେତେବେଳେ ମୋତେ ୩୫ଜଣ ଖେଳାଳିଙ୍କ ତାଲିକାରେ ରଖାଯାଇ ନଥିଲା, ସେତେବେଳେ ମୁଁ ଅଲଗା ରାସ୍ତା କଥା ଭାବିଥିଲି' | ସେ କହିଛନ୍ତି,'ମୁଁ କ୍ରିକେଟ୍ ଠାରୁ ଦୂରେଇ ଯାଉ ନାହିଁ। ମୋତେ ହଟାଇବାକୁ ଚେଷ୍ଟା କରାଯାଉଛି | ମୋତେ ମାନସିକ ନିର୍ଯାତନା ଦିଆଯାଉଛି'। ପାକିସ୍ତାନୀ ଦଳରୁ ଓହରିଯିବା ପରେ ଶ୍ରୀଲଙ୍କା ପ୍ରିମିୟର ଲିଗ୍ ର ଉଦଘାଟନୀ ସଂସ୍କରଣରେ ଭାଗ ନେବାକୁ ମହମ୍ମଦ ଆମିର ଶ୍ରୀଲଙ୍କା ଯାଇଥିଲେ। ସୂଚନା ଥାଉ କି ୨୦୧୭ ରେ ଆମିର ପାକିସ୍ତାନର ଚାମ୍ପିଅନ୍ସ ଟ୍ରଫି ବିଜୟର ହିରୋ ଥିଲେ।

ଏକପାଖିଆ ଫାଇନାଲରେ ଏହି ବୋଲର ଭାରତର ୧୬ ରନରେ ପାଇଁ ୩ଟି ୱିକେଟ୍ ନେଇଥିଲେ | ୩୬ ଟି ଟେଷ୍ଟ, ୬୧ ଟି ଦିନିକିଆ ଏବଂ ୫୦ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଆମିର ୨୫୦ ରୁ ଅଧିକ ଅନ୍ତର୍ଜାତୀୟ ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe