ସାହସ ଅଛି ଯଦି...; ସାନିଆଙ୍କ ସହ ବିବାହକୁ ନେଇ ଶାମି ଦେଲେ ଏଭଳି ପ୍ରତିକ୍ରିୟା

Advertisment
ସାହସ ଅଛି ଯଦି...; ସାନିଆଙ୍କ ସହ ବିବାହକୁ ନେଇ ଶାମି ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ନିକଟରେ ଟେନିସ ସୁପରଷ୍ଟାର ସାନିଆ ମିର୍ଜା, କ୍ରିକେଟର ମହମ୍ମଦ ଶାମିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ଦୁହେଁ ନିଜ ନିଜ ଜୀବନସାଥୀଙ୍କୁ ଛାଡ଼ପତ୍ର ଦେଇସାରିଥିବାରୁ ଏହି ଚର୍ଚ୍ଚା ହୋଇଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ସାନିଆଙ୍କ ବାପା ନିଶ୍ଚିତ କରିଥିଲେ ଯେ, ଯାହା ଚର୍ଚ୍ଚା ଚାଲିଛି ତାହା ସମ୍ପୂର୍ଣ୍ଣ ନିରର୍ଥକ। ସାନିଆଙ୍କ ବାପାଙ୍କ ପରେ ବର୍ତ୍ତମାନ ମହମ୍ମଦ ଶାମି ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି।

ଏକ ସାକ୍ଷାତକାରରେ ଶାମି କହିଛନ୍ତି ଯେ, “କିଛି ଦିନ ହେବ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏତେ ବି ବଡ଼ ନଥିଲା ଯାହା ଉପରେ ମୁଁ ପ୍ରତିକ୍ରିୟା ଦେବି। ଯଦି ତାଙ୍କର ସାହସ ଅଛି ତେବେ ନିଜର ଅସଲ ଆକାଉଣ୍ଟରୁ ଏପରି ମିଥ୍ୟା ଖବର ପୋଷ୍ଟ କରନ୍ତୁ। ତା’ପରେ ଯାଇ ମୁଁ ପ୍ରତିକ୍ରିୟା ଦେବି। ଯେଉଁ ଚର୍ଚ୍ଚା ହେଉଛି ତାହା ସଂପୂର୍ଣ୍ଣ ଅଜବ। ମୁଁ ଏହା ଉପରେ କ’ଣ ଆଉ କହିପାରିବି। ଏପରି ଭୁଲ ଖବରକୁ ଆଗକୁ ନିଆଯିବା ଉଚିତ୍ ନୁହେଁ। ମୁଁ ସହମତ ଯେ ମିମ୍ ରହିବା ଉଚିତ୍। ଏଥିରେ କିଛି ଭୁଲ ନାହିଁ। କିନ୍ତୁ ଏଭଳି ଗୁଜବ ପ୍ରଚାର କରିବା ଭୁଲ।"

ତେବେ ବିଶ୍ୱକପ ୨୦୨୩ ପରଠାରୁ ଶାମି ଭାରତୀୟ ଦଳରୁ ବାହାରେ ଅଛନ୍ତି। ନିକଟରେ ଗୋଡରେ ଆଘାତ ଲାଗିଥିବାରୁ ଶାମି ବିରତି ନେଇଥିଲେ। ତାଙ୍କ ଗୋଡର ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ସୁସ୍ଥ ହେବା ପରେ ବର୍ତ୍ତମାନ ଶାମି ଅଭ୍ୟାସ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ଓଡିଆଇ ଓ ଟି-୨୦ ସିରିଜ୍ ଖେଳିବାକୁ ଯାଉଛି। ଭାରତୀୟ ଦଳର ନୂତନ କୋଚଙ୍କ ସହ ନୂଆ ସିଜିନ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe