ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମହମ୍ମଦ ସାମି

Advertisment
ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଫାଷ୍ଟ ବୋଲର ମହମ୍ମଦ ସାମି

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରୁ ବାଦ ପଡ଼ିଲେ ଭାରତର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ସାମି। ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ଏହି ବଡ ଖବର ସାମ୍ନାକୁ ଆସିଛି। ପୂର୍ବ ମ୍ୟାଚରେ ତାଙ୍କ ବାମ ଗୋଡରେ ଆଘାତ ଲାଗିଥିଲା। ଏଥିପାଇଁ ସାମି ବ୍ରିଟେନରେ ନିଜର ଅସ୍ତ୍ରୋପଚାର କରାଇବେ। ଏହି କାରଣରୁ ତାଙ୍କୁ ଆଇପିଏଲରୁ ବାଦ୍ ଦିଆଯାଇଥିବା ଜଣାପଡ଼ିଛି।

୩୩ବର୍ଷୀୟ ସାମି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜର ମଧ୍ୟ ଅଂଶ ନୁହଁନ୍ତି। ସେ ଶେଷ ଥର ପାଇଁ ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଓଡିଆଇ ବିଶ୍ୱକପ ଫାଇନାଲରେ ଭାରତ ପାଇଁ ଖେଳିଥିଲେ। କୁହାଯାଉଛି ଯେ, ଗୋଡ଼ରେ ଲାଗିଥିବା ଆଘାତ ପାଇଁ ଇଞ୍ଜେକ୍ସନ ନେବାକୁ ଲଣ୍ଡନ ଯାଇଥିଲେ ସାମି। ୩ସପ୍ତାହ ପରେ ଦୌଡ଼ି ପାରିବ ବୋଲି ତାଙ୍କୁ କୁହାଯାଇଥିଲା। ହେଲେ ୩ସପ୍ତାହ ପରେ ତାଙ୍କ ସମସ୍ୟାର ସମାଧାନ ନହେବାରୁ ଏବେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ସେ ଖୁବଶୀଘ୍ର ବ୍ରିଟେନ ଯିବେ। ତେଣୁ ସେ ଆଇପିଏଲ ଖେଳିପାରିବେ ନାହିଁ।

ସାମି ବାଦ୍ ପଡ଼ିବା ନିଶ୍ଚିତ ଭାବେ ଗୁଜରାଟ ଟାଇଟନ୍ସ ପାଇଁ ଭଲ ଖବର ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe