ଲିଷ୍ଟ-‘ଏ’ରେ ସାମିଙ୍କ ୨୦୦ ୱିକେଟ୍

୯,୦୦୦ ରନ୍ କ୍ଲବ୍‌ରେ ରୋହିତ ତୃତୀୟ ଦ୍ରୁତତମ,

ଲିଷ୍ଟ-‘ଏ’ରେ ସାମିଙ୍କ ୨୦୦ ୱିକେଟ୍

InsideSport

ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ୪ ୱିକେଟ୍ କରାୟତ୍ତ କରି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି ଲିଷ୍ଟ-ଏ’(ଅନ୍ତର୍ଜାତୀୟ ଏବଂ ଘରୋଇ ଦିନିକିଆ ମିଶି) କ୍ରିକେଟ୍‌ରେ ୨୦୦ ୱିକେଟ୍ ପୂରଣ କରିଥିଲେ। ସାମି ୭୬ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ ଖେଳି ୧୪୩ ୱିକେଟ୍ ନେଇଛନ୍ତି। ବଳକା ୱିକେଟ୍ ସେ ଘରୋଇ ଏକଦିବସୀୟ ମ୍ୟାଚ୍‌ରେ ହାସଲ କରିଛନ୍ତି। ସାମି ସଂପ୍ରତି ୧୦୬ ଲିଷ୍ଟ-ଏ ମ୍ୟାଚ୍ ଖେଳି ସମାନ ୨୦୦ ୱିକେଟ୍‌ରେ ଅଛନ୍ତି।

publive-image

୯,୦୦୦ ରନ୍ କ୍ଲବ୍‌ରେ ରୋହିତ ତୃତୀୟ ଦ୍ରୁତତମ
ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ରବିବାର ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ଦିନିକିଆ କ୍ରିକେଟ୍‌ରେ ୯,୦୦୦ ରନ୍ ପୂରଣ କରିବାରେ ତୃତୀୟ ଦ୍ରୁତତମ ଖେଳାଳି ହେବାର ‌‌ଗୌରବ ଅର୍ଜନ କରିଥିଲେ ସେ। ରୋହିତ ମଧ୍ୟ ଏହି କ୍ରମରେ ସଚିନ ତେନ୍ଦୁଲକର (୨୩୫ ପାଳି), ବ୍ରାଏନ ଲାରା (୨୩୯ ପାଳି) ଏବଂ ସୌରଭ ଗାଙ୍ଗୁଲି (୨୨୮ ପାଳି)ଙ୍କ ଭଳି ମହାନ ଖେଳାଳିଙ୍କୁ ଟପିଥିଲେ। ରୋହିତ ଏହି ମାଇଲଖୁଣ୍ଟ ଛୁଇଁବାକୁ ୨୧୭ ପାଳି ନେଇଥିଲେ। କେବଳ ବିରାଟ କୋହଲି (୧୯୪ ପାଳି) ଏବଂ ଏବି ଡି’ଭିଲିୟର୍ସ (୨୦୮ ପାଳି) ତାଙ୍କଠାରୁ କମ୍ ପାଳି ନେଇ ୯,୦୦୦ ରନ୍‌ କରିଛନ୍ତି। ୯,୦୦୦ ରନ୍ ଅତିକ୍ରମ କରିଥିବା ଅନ୍ୟ ଭାରତୀୟ ଖେଳାଳିମାନେ ହେଲେ ତେନ୍ଦୁଲକର (୧୮୪୨୬ ରନ୍), ଗାଙ୍ଗୁଲି (୧୧୨୨୧), ରାହୁଲ ଦ୍ରାବିଡ଼ (୧୦୭୬୮), ମହେନ୍ଦ୍ର ସିଂହ ଧୋନି (୧୦୫୯୯) ଓ ମହମ୍ମଦ ଆଝାରୁଦ୍ଦିନ (୯୩୭୮)।

publive-image

୫୦୦୦ ରନ୍‌ କ୍ଲବ୍‌ରେ କୋହଲି ଦ୍ରୁତତମ
ବେଙ୍ଗାଲୁରୁରେ ବିଜୟୀ ପାଳି ଖେଳିବା ଅବସରରେ ବିରାଟ କୋହଲି ମଧ୍ୟ ଏକାଧିକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଜଣେ ଏକଦିବସୀୟ ଅଧିନାୟକ ଭାବେ ୫,୦୦୦ ରନ୍‌ ପୂରଣ କରିବାରେ‌‌ ସେ ଦ୍ରୁତତମ ହୋଇଛନ୍ତି। ମହେନ୍ଦ୍ର ସିଂହ ଧୋନି ୧୨୭ ପାଳିରୁ ୫୦୦୦ ରନ୍‌ ଟପିଥିଲେ। କୋହଲି କିନ୍ତୁ ମାତ୍ର ୮୨ ପାଳିରୁ ଏହି କ୍ଲବ୍‌ରେ ଯୋଗ ଦେଇଛନ୍ତି। ରିକି ପଣ୍ଟିଂ ୧୩୧ ପାଳି ଏବଂ ଗ୍ରେମ୍‌ ସ୍ମିଥ୍‌ ୧୩୬ ପାଳି ନେଇଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ୧୩୬ ପାଳି ନେଇଥିଲେ। ବିଶ୍ବ କ୍ରିକେଟ୍‌ରେ ଅଷ୍ଟମ ଅଧିନାୟକ ଭାବେ ‌କୋହଲି ମଧ୍ୟ ୫୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe