ସୁଖ ଭିତରେ ଦୁଃଖ: ଅଷ୍ଟ୍ରେଲିଆରୁ ବିଜୟୀ ହୋଇ ଫେରିବା ପରେ ସିଧା ବାପାଙ୍କ ସମାଧିସ୍ଥଳକୁ ଗଲେ ଟିମ୍‌ ଇଣ୍ଡିଆ ବୋଲର୍‌ ମହମ୍ମଦ ସିରାଜ

Advertisment
ସୁଖ ଭିତରେ ଦୁଃଖ: ଅଷ୍ଟ୍ରେଲିଆରୁ ବିଜୟୀ ହୋଇ ଫେରିବା ପରେ ସିଧା ବାପାଙ୍କ ସମାଧିସ୍ଥଳକୁ ଗଲେ ଟିମ୍‌ ଇଣ୍ଡିଆ ବୋଲର୍‌ ମହମ୍ମଦ ସିରାଜ

Crictoday

ହାଇଦ୍ରାବାଦ୍‌: ଗୋଟେ ପଟେ ଖୁସି ତ ଅନ୍ୟ ପଟେ ଦୁଃଖ। ଗୋଟାଏ ପଟେ ଅଷ୍ଟ୍ରେଲିଆରେ ଭାରତର ଭବ୍ୟ ବିଜୟର ଆନନ୍ଦ ତ ଅନ୍ୟ ପଟେ ନିଜ ବାପାଙ୍କ ଦେହାନ୍ତ ପରି ଛାତିଫଟା ଦୁଃଖ। ଆମେ କହୁଛୁ ଟିମ୍‌ ଇଣ୍ଡିଆର ବୋଲର୍‌ ମହମ୍ମଦ ସିରାଜଙ୍କ ବିଷୟରେ। ଥରେ ଭାବନ୍ତୁ ତ, ବିଜୟର ଆନନ୍ଦ ନେଇ ଘରକୁ ଫେରିବା ପରିବର୍ତ୍ତେ ଯେତେବେଳେ ବାପାଙ୍କ ସମାଧିସ୍ଥଳରେ ପହଞ୍ଚିଥିବେ ସେ, କେତେ ଲୋମଟାଙ୍କୁରା ନଥିବ ସେ ମୁହୂର୍ତ୍ତ!

ଟିମ୍ ଇଣ୍ଡିଆ ସହ ଅଷ୍ଟ୍ରେଲିଆରେ ମ୍ୟାଚ୍‌ ଖେଳିବାକୁ ଯାଇଥିବା ସମୟରେ ୨୦୨୦ ମସିହା ନଭେମ୍ବର ମାସରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ସେ ସମୟରେ ତାଙ୍କୁ ଘରକୁ ଆସିବାକୁ ପରାମର୍ଶ ଦିଆଯାଇଥିଲେ ବି ସେ ନିଜ ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରଖି ଦେଶ ପ୍ରତି ଥିବା କର୍ତ୍ତବ୍ୟକୁ ଆଗ ଗୁରୁତ୍ବ ଦେଇଥିଲେ। ବାପାଙ୍କ ଶେଷ ଦର୍ଶନ କରିବା ପରିବର୍ତ୍ତେ ଟିମ୍‌ ଇଣ୍ଡିଆ ସହ ରହି ମ୍ୟାଚ୍‌ ପାଇଁ ପ୍ରସ୍ତୁତ ହୋଇଥିଲେ ମହମ୍ମଦ ସିରାଜ।

ଗୁରୁବାର ସେ ହାଇଦ୍ରାବାଦ୍‌ ବିମାନ ବନ୍ଦରରେ ଓହ୍ଲାଇ ଘରକୁ ନ ଯାଇ ସିଧା ବାପାଙ୍କ ସମାଧିସ୍ଥଳକୁ ଯାଇଥିଲେ। ଗଣମାଧ୍ୟମକୁ ନିଜର ବକ୍ତବ୍ୟ ରଖି ସିରାଜ କହିଛନ୍ତି କି ‘ ହାଇଦ୍ରାବାଦ୍‌ରେ ଲ୍ୟାଣ୍ଡ୍‌ କରିବା ପରେ ସିଧା ବାପାଙ୍କ ସମାଧିସ୍ଥଳକୁ ଯାଇଥିଲି। ମୁଁ ଖୁବ୍ ଭାବପ୍ରବଣ ହୋଇପଡ଼ିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe