ଆଉ ଟେଷ୍ଟ୍‌ କ୍ରିକେଟ୍ ଖେଳିବେନି ମୋଇନ ଅଲୀ

Advertisment
ଆଉ ଟେଷ୍ଟ୍‌ କ୍ରିକେଟ୍ ଖେଳିବେନି ମୋଇନ ଅଲୀ

ଲଣ୍ଡନ: ଇଂଲଣ୍ଡ ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ମୋଇନ ଅଲ୍ଲୀ ସୋମବାର ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ମୋଇନ ଇଂଲଣ୍ଡ ପାଇଁ ଟି-୨୦ ଓ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ୩୪ ବର୍ଷୀୟ ମୋଇନ୍‌ ୬୪ ଟେଷ୍ଟ୍‌ ମ୍ୟାଚ୍‌ରେ ୫ ଶତକ ସହ ୨୮.୨୯ ହାରରେ ୨୯୧୪ ରନ୍‌ କରିଛନ୍ତି। ୨୦୧୪ରେ ଟେଷ୍ଟ୍‌ ପଦାର୍ପଣ କରିଥିବା ମୋଇନ୍‌ ବୋଲିଂରେ ୩୬.୬୬ ହାରରେ ୧୯୫ ୱିକେଟ୍‌ ଅକ୍ତିଆର କରିଛନ୍ତି। ‘‘ମୋତେ ଏବେ ୩୪ ବର୍ଷ। ମୁଁ ଚାହେଁ କିଭଳି ଅଧିକରୁ ଅଧିକ ସମୟ ଖେଳିପାରିବା ସହ କ୍ରିକେଟ୍‌କୁ ଉପଭୋଗ କରିବି। ଟେଷ୍ଟ୍‌ କ୍ରିକେଟ୍‌ ହେଉଛି ଚମକପ୍ରଦ, ଯଦି ତୁମର ଭଲ ଦିନ ଥାଏ ତେବେ ଏହା ଅନ୍ୟ ଫର୍ମାଟ୍‌ଠୁ ନିଶ୍ଚିତ ଚମତ୍କାର। ଅଧିକ ପୁରସ୍କାର ମିଳିବା ସହ ଏବଂ ଏହା ପାଇଲା ଭଳି ମଧ୍ୟ ଲାଗିଥାଏ।’’ ବୋଲି ଅବସର ଘୋଷଣା ସମୟରେ ମୋଇନ କହିଛନ୍ତି। ଅବସର ନିଷ୍ପତ୍ତି ବିଷୟରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଏବଂ ମୁଖ୍ୟ ପ୍ରଶିକ୍ଷକ କ୍ରିସ୍‌ ସଲ୍‌ଭରଉଡ୍‌ଙ୍କୁ ସେ ଜଣାଇଥିଲେ।

ସଂପ୍ରତି ମୋଇନ ୟୁଏଇରେ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଆଇପିଏଲ୍‌ ଖେଳୁଛନ୍ତି। ସେ ମଧ୍ୟ ଇଂଲଣ୍ଡ ଟି-୨୦ ବିଶ୍ବକପ୍‌ ଦଳରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ପକ୍ଷରୁ ସୀମିତ ଓଭର କ୍ରିକେଟ୍‌, ଓ୍ବର୍ସଷ୍ଟରସାୟାର ପକ୍ଷରୁ କାଉଣ୍ଟି ଏବଂ ଘରୋଇ ଟି-୨୦ ପ୍ରତିଯୋଗିତାରେ ଖେଳିବା ଜାରି ରଖିବେ ବୋଲି କହିଛନ୍ତି। ସ୍ପିନର ଭବେ ସେ ୨୦୧୭ ଓ ୨୦୧୯ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ୨୦୧୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୫.୬୪ ହାରରେ ୨୬ ୱିକେଟ୍‌ ନେଇଥିଲା ବେଳେ ଓଭାଲରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ ମୋଇନ। ଏହାର ପରବର୍ତ୍ତୀ ଗ୍ରୀଷ୍ମରେ ସେ ୱେଷ୍ଟଇଣ୍ଡିଜ୍‌, ଭାରତ ଓ ଶ୍ରୀଲଙ୍କା ଗସ୍ତରେ ୬ ଟେଷ୍ଟ୍‌ ଖେଳି ୩୨ ୱିକେଟ୍‌ ଅକ୍ତିଆର କରିଥିଲେ। ମୋଇନ ମଧ୍ୟ ୧୫ତମ ଖେଳାଳି ଭାବେ ଟେ‌ଷ୍ଟ୍‌ରେ ୩୦୦୦ ରନ୍‌ ଏବଂ ୨୦୦ ୱିକେଟ୍‌ ହାସଲ କରିଛନ୍ତି। ସେ ୧ରୁ ୯ ପର୍ଯ୍ୟନ୍ତ ସବୁ ପୋଜିସନ୍‌ରେ ବ୍ୟାଟିଂ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe