ମନୋଜ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ପ୍ରଗତି

Advertisment
ମନୋଜ ସ୍ମାରକୀ କ୍ରିକେଟ୍‌ ଫାଇନାଲରେ ପ୍ରଗତି

ବାସୁଦେବପୁର (ଭଦ୍ରକ): ଲର୍ଡ ପ୍ରସନ୍ନ କ୍ଲବ୍‌ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ମନୋଜ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ଭୁବନେଶ୍ୱରର ପ୍ରଗତି ସ୍ପୋର୍ଟିଂ ପହଞ୍ଚିଯାଇଛି। ଶୁକ୍ରବାର ପ୍ରଥମ ସେମିଫାଇନାଲରେ ଏହି ଦଳ ଭଦ୍ରକର ୟୁନାଇଟେଡ କ୍ଲବ୍‌କୁ ୮୦ ରନ୍‌ରେ ହରାଇଦେଇଛି। ପ୍ରଗତି ସ୍ପୋର୍ଟିଂ ନିର୍ଧାରିତ ୨୫ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। ଆଶିଷ ସାହୁ ୬୦ ବଲରୁ ୯୪ ରନ୍‌ କରିଥିଲେ। ଜବାବରେ ୟୁନାଇଟେଡ କ୍ଲବ୍‌ ୧୮.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୫ ରନ୍‌ କରିପାରିଥିଲା। ପ୍ରଗତି ସ୍ପୋର୍ଟିଂର ରଘୁନାଥ ମଲ୍ଲ ୩ ଓ୍ଵିକେଟ୍‌ ନେଇଥିଲେ। ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି ଅଶୋକ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ମ୍ୟାଚ୍‌କୁ ଦେବବ୍ରତ ଦାଶ ଓ ଶରତ କୁମାର ଜେନା ପରିଚାଳନା କରିଥିବା ବେଳେ ଭାଷ୍ୟକାର ଭାବେ ଉଦୟ ଜେନା ଓ ପରେଶ ଚାନ୍ଦ ଧାରା ବିବରଣୀ ପ୍ରଦାନ କରିଥିଲେ। ସ୍କୋରର ଭାବେ ସୁବ୍ରତ କୁମାର ସାହୁ, ଶରତ ନାୟକ ଦାୟିତ୍ୱ ତୁଲାଇଥିଲେ। ଶନିବାର ଦ୍ୱିତୀୟ ସେମିଫାଇନାଲରେ କଟକର ନିମପୁର ଏକାଦଶ ଓ ବାଲେଶ୍ୱରର ୟୁ ଆଣ୍ଡ ମି କ୍ଲବ୍‌ ମୁହାଁମୁହିଁ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe