ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଶ୍ରୀଲଙ୍କା ଦଳ ଛାଡ଼ିଲେ ମୁଡି

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଶ୍ରୀଲଙ୍କା ଦଳ ଛାଡ଼ିଲେ ମୁଡି

Sportstar

କଲମ୍ବୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ ମାସକ ପୂର୍ବରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି। କ୍ରିକେଟ୍‌ ନିର୍ଦେଶକ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଟମ୍‌ ମୁଡି ନିଜ ପଦ ଛାଡ଼ିଛନ୍ତି। ୫୬ ବର୍ଷୀୟ ମୁଡିଙ୍କ ସହ ହୋଇଥିବା ୩ ବର୍ଷୀୟ ଚୁକ୍ତି ସହମତିରେ ବାତିଲ କରାଯାଇଛି ବୋଲି ଶ୍ରୀଲଙ୍କା କ୍ରିକେଟ୍‌ର ସମ୍ପାଦକ ମୋହନ ଡି’ସିଲ୍‌ଭା ଗଣମାଧ୍ୟମକୁ କହିଛନ୍ତି। ପାଉଣା ଦେବାକୁ ବୋର୍ଡ ସକ୍ଷମ ନଥିବାରୁ ମୁଡି ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହି ପୂର୍ବତନ ଟେଷ୍ଟ ଖେଳାଳିଙ୍କୁ ଦିନକୁ ୧୮୫୦ ଡଲାର ଲେଖାଏଁ ବର୍ଷକୁ ୧୦୦ ଦିନ ଖର୍ଚ୍ଚ ଦିଆଯାଉଥିଲା। ସଂପ୍ରତି ଦେଶରେ ଆର୍ଥକ ସଙ୍କଟ ଚାଲିଥିଲା ବେଳେ ବୋର୍ଡ ମଧ୍ୟ ଏହାକୁ ଦେବା ପାଇଁ ସକ୍ଷମ ନାହିଁ। ଟେଣ୍ଟି-୨୦ ବିଶ୍ବକପ୍‌ ଏବଂ ଭାରତରେ ହେବାକୁ ଥିବା ୨୦୨୩ ବିଶ୍ବକପ୍‌ ଲାଗି ମୁଡ଼ି ଗତ ବର୍ଷ ଫେବ୍ରୁଆରିରେ କ୍ରିକେଟ୍‌ ନିର୍ଦେଶକ ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe