ଏମ୍‌ଓଏସ୍‌ଏଫ୍‌-ଆଇଟା-ଓଟିଏ ସିଏସ୍‌: ସାଇ ସ୍ବସ୍ତିକଙ୍କୁ ତ୍ରିମୁକୁଟ

Advertisment
ଏମ୍‌ଓଏସ୍‌ଏଫ୍‌-ଆଇଟା-ଓଟିଏ ସିଏସ୍‌: ସାଇ ସ୍ବସ୍ତିକଙ୍କୁ ତ୍ରିମୁକୁଟ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ ଟେନିସ୍ କଂପ୍ଲେକ୍ସରେ ଚାଲିଥିବା ଏମ୍‌ଓଏସ୍‌ଏଫ୍‌ ଆଇଟା-ଓଟିଏ ଚାମ୍ପିଅନସିପ୍ ସିରିଜ୍ (ସିଏସ୍‌)ରେ ଓଡ଼ିଶାର ସାଇ ସ୍ବସ୍ତିକ ମହାନ୍ତି ଚମତ୍କାର ପ୍ରଦର୍ଶନ କରି ତ୍ରିମୁକୁଟ ଅର୍ଜନ କରିଛନ୍ତି। ବାଳକ ବର୍ଗର ୧୨ ବର୍ଷରୁ କମ୍‌ ଏକକ, ୧୪ ବର୍ଷରୁ କମ୍‌ ଏକକ ଓ ଯୁଗଳ ବର୍ଗରେ ଟ୍ରଫି ଜିତିଛନ୍ତି। ୧୨ ବର୍ଷରୂ କମ୍ ଏକକ ଫାଇନାଲ୍‌ରେ ସ୍ବସ୍ତିକ ୬-୪, ୬-୦ରେ ତାମିଲନାଡୁର ରୋନି ବିଜୟ କୁମାରଙ୍କୁ ପରାସ୍ତ କରିଥିବା ବେଳେ ୧୪ ବର୍ଷରୁ କମ୍‌ ଏକକ ଫାଇନାଲ୍‌ରେ ନିଜ ରାଜ୍ୟ ସାଥୀ ମୟଙ୍କ ମୋଦିଙ୍କୁ ୬-୨, ୬-୪ରେ ପରାସ୍ତ କରିଥିଲେ। ଯୁଗଳ ଫାଇନାଲ୍‌ରେ ଅନିକେତ ସାହୁଙ୍କୁ ସାଥୀ କରି ପଶ୍ଚିବମଙ୍ଗ ଯୋଡ଼ି ସାହବାଜ ସିଂହ ଓ ସ୍ବପ୍ନିଲ ଘୋଷଙ୍କୁ ୬-୦, ୬-୨ରେ ମାତ୍‌ ଦେଇଥିଲେ। ସମସ୍ତ ବର୍ଗର ବିଜେତା ଓ ଉପବିଜେତାଙ୍କୁ ଯଥାକ୍ରମେ ୨୫ ଓ ୨୦ ଆଇଟା ରୢାଙ୍କିଙ୍ଗ୍ ପଏଣ୍ଟ ମିଳିବ।

ଶୁକ୍ରବାରର ଉଦ୍‌ଯାପନୀ ଉତ୍ସବରେ ଓଟିଏ ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ। ଓଟିଏ ପ୍ରଶାସନିକ ଅଧିକାରୀ ସମ୍ବିତ ପଟ୍ଟନାୟକ, ପ୍ରତିଯୋଗିତା ନିର୍ଦେଶକ ମ‌ନୋଜ ଦାସ, ପ୍ରତିଯୋଗିତା ରେଫରି ଯତୀନ ବତ୍ସ୍ୟ, ଏମ୍‌ଓଏସ୍‌ଏଫ୍‌ ଟ୍ରଷ୍ଟି ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe