ମୋଟାପଣ କାଳ, ମୁମ୍ବାଇ ରଣଜୀ ଟ୍ରଫି ଦଳରୁ ପୃଥ୍ବୀ ସ’ ବାଦ୍‌

Advertisment

ଓପନର୍‌ ପୃଥ୍ବୀ ସ’ଙ୍କ ପାଇଁ ମୋଟାପଣ କାଳ ହୋଇଛି। ଦୁର୍ବଳ ଫିଟ୍‌ନେସ୍‌ ପାଇଁ ତାଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ୍‌ ଦିଆଯାଇଛି। ଚଳିତ ଋତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ୫୯ ରନ୍‌ କରିଥିବା ସ’ଙ୍କୁ ଓଜନ କମାଇଲେ ଦଳରେ ସ୍ଥାନ ମିଳିବ ବୋଲି କୁହାଯାଇଛି।

ଓପନର୍‌ ପୃଥ୍ବୀ ସ’ଙ୍କ ପାଇଁ ମୋଟାପଣ କାଳ ହୋଇଛି। ଦୁର୍ବଳ ଫିଟ୍‌ନେସ୍‌ ପାଇଁ ତାଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ୍‌ ଦିଆଯାଇଛି। ଚଳିତ ଋତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ୫୯ ରନ୍‌ କରିଥିବା ସ’ଙ୍କୁ ଓଜନ କମାଇଲେ ଦଳରେ ସ୍ଥାନ ମିଳିବ ବୋଲି କୁହାଯାଇଛି।

Prithvi shaw

ମୁମ୍ବାଇ: ଓପନର୍‌ ପୃଥ୍ବୀ ସ’ଙ୍କ ପାଇଁ ମୋଟାପଣ କାଳ ହୋଇଛି। ଦୁର୍ବଳ ଫିଟ୍‌ନେସ୍‌ ପାଇଁ ତାଙ୍କୁ ମୁମ୍ବାଇ ରଣଜୀ ଦଳରୁ ବାଦ୍‌ ଦିଆଯାଇଛି। ଚଳିତ ଋତୁ ପ୍ରଥମ ଦୁଇ ମ୍ୟାଚ୍‌ରେ ୫୯ ରନ୍‌ କରିଥିବା ସ’ଙ୍କୁ ଓଜନ କମାଇଲେ ଦଳରେ ସ୍ଥାନ ମିଳିବ ବୋଲି କୁହାଯାଇଛି। ସେ ବାଦ୍‌ ପଡ଼ିବା ପରେ ତାଙ୍କ ସ୍ଥାନରେ ବାମହାତୀ ଓପନର୍‌ ଅଖିଳ ହେରବାଦକରଙ୍କୁ ଦଳରେ ସାମିଲ କରାଯାଇଛି। ଅଧ୍ୟକ୍ଷ ସଂଜୟ ପାଟିଲଙ୍କ ସହ ରବି ଠକର, ଜିତେନ୍ଦ୍ର ଥାକେରୟ, କିରନ ପାୱାର ଓ ବିକ୍ରାନ୍ତ ୟେଲିଗେଟିଙ୍କୁ ‌ନେଇ ହୋଇଥିବା ଚୟନ କମିଟି ବୈଠକରେ ଆସନ୍ତା ୨୬ରୁ ୨୯ ପର୍ଯ୍ୟନ୍ତ ଅଗରତାଲାରେ ତ୍ରିପୁରା ବିପକ୍ଷ ରଣଜୀ ମୁକାବିଲା ଲାଗି ଦଳ ଚୟନ ହୋଇଥିଲା। 

ଏମାନେ ଅଧିକ ଓଜନ ଲାଗି ସ’ଙ୍କୁ ବାଦ୍‌ ଦେବା ସହ ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ମୁଖ୍ୟ ପ୍ରଶିକ୍ଷକ ଓଁକାର ସାଲ୍‌ଭେ ଦଳର ଯୁବ ଓପନର୍‌ଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ସ’ଙ୍କ ଶରୀରରେ ୩୫ ପ୍ରତିଶତ ଅତିରିକ୍ତ ମୋଟାପଣ ରହିଛି। ତାଙ୍କୁ ଏହା କମାଇବା ଲାଗି ‌କଠୋର ଅଭ୍ୟାସ କରିବାକୁ କୁହାଯାଇଛି ବୋଲି ଜଣେ ମୁମ୍ବାଇ କ୍ରିକେଟ୍‌ ସଂଘର ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe