ଗତି ପରିବର୍ତନ ସଫଳତାର କାରଣ: ଭୁବି 

Advertisment
ଗତି ପରିବର୍ତନ ସଫଳତାର କାରଣ: ଭୁବି 

ଜୋହାନେସ୍‌ବର୍ଗ: ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ଅସୁବିଧାରେ ପକାଇବାକୁ ସର୍ଟ ପିଚ୍‌ ବଲ ପକାଇବା ଦକ୍ଷିଣ ଆଫି୍ରକା ପାଇଁ ବୁମେରାଂ ହେଲା। ଅନ୍ୟପକ୍ଷରେ ଭାରତୀୟ ଦଳର ବୋଲିଂରେ ଗତିରେ ପରିବର୍ତନ ଏବଂ ମନ୍ଥର ବଲ୍‌ ପକାଇବା ହିଁ ଓ୍ଵଣ୍ଡରର୍ସ ଟେ୍ଵଣ୍ଟି-୨୦ ଜିତିବାର କାରଣ ବୋଲି କହିଛନ୍ତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭୁବନେଶ୍ୱର କୁମାର। ମୁଁ ମୋ ନିଜ ବୋଲିଂ ଗତିରେ ପରିବର୍ତନ କରିଥିଲି, କାରଣ ମୁଁ ଜାଣିଥିଲି ବଲ୍‌କୁ ପ୍ରହାର କରିବା ଏତେ ସହଜ ହେବ ନାହିଁ। ଆମେ ଅନେକ ମନ୍ଥର ବଲ୍‌ ବି ପକାଇଥିଲୁ, ଏଭଳି ଓ୍ଵିକେଟ୍‌ରେ କିଭଳି ବୋଲିଂ କରାଯିବ ତାହା ଆମ କୌଶଳର ଏକ ଅଂଶ ବିଶେଷ ଥିଲା।

ଭୁବନେଶ୍ୱର ୫/୨୪ ପ୍ରଦର୍ଶନ ସହିତ ପ୍ରଥମ ଥର ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ପ୍ରଥମ ଭାରତୀୟ ଭାବେ ମଧ୍ୟ ସବୁ ଫର୍ମାଟ୍‌ (ଟେଷ୍ଟ, ଦିନିକିଆ ଏବଂ ଟେ୍ଵଣ୍ଟି-୨୦)ରେ ୫ ଓ୍ଵିକେଟ୍‌ ସଫଳତା ପାଇବାର ଗୌରବ ଅର୍ଜନ କରିଥିଲେ। ଦକ୍ଷିଣ ଆଫ୍ରିକା ଖେଳାଳି ସମ୍ପୂର୍ଣ୍ଣ ମ୍ୟାଚରେ ୫/୬ ଓଭର ସର୍ଟ ବଲ୍‌ ପକାଇଥିଲେ। ଏହା ସେମାନଙ୍କ ପାଇଁ ବୁମେରାଂ ହୋଇଥିଲା। ସର୍ଟ ବଲ୍‌ ବିପକ୍ଷରେ ଭାରତୀୟଙ୍କ ଦୁର୍ବଳତା ବିଳମ୍ବରେ ହେଲେ ବି ହ୍ରାସ ପାଇଛି ବୋଲି ଭୁବି କହିଥିଲେ। ଗୋଟିଏ ନିର୍ଦ୍ଦିଷ୍ଟ ଗସ୍ତରେ ସମସ୍ତ ୩ ଫର୍ମାଟ୍‌ର ଖେଳିବା ନିଶ୍ଚିତ ସହଜ ନୁହେଁ। ମୁଁ କିନ୍ତୁ ନିଜ ଉପରେ ବୋଝ ଲଦି ନ ଥିଲି ବୋଲି ଭୁବନେଶ୍ୱର ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe