ହମବର୍ଗ: ଏଠାରେ ଆୟୋଜିତ ଆଇରନ୍ମ୍ୟାନ୍ ୟୁରୋପୀୟ ଚାମ୍ପିଅନ୍ସିପ୍ରେ ରବିବାର ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜଣେ ସାଇକ୍ଲିଷ୍ଟ ସହ ଧକ୍କା ହୋଇ ଜଣେ ମୋଟର ସାଇକେଲ ଚାଳକ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଏକ ଅଣଓସାରିଆ ରାସ୍ତାରେ ହୋଇଥିଲା। ପ୍ରତିଯୋଗୀ ଏବଂ ସେମାନଙ୍କ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବକୁ କବ୍ଜାରେ ରଖିଥିବାରୁ ଏଭଳି ଦୁର୍ଘଟଣା ଘଟିଥିଲା। ମୋଟର ସାଇକେଲ ଚାଳକ ସହ ଜଣେ କ୍ୟାମେରାମ୍ୟାନ୍ ଯାଉଥିଲେ। ଏହି ଗାଡ଼ି ଜଣେ ସାଇକେଲ ଚାଳକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସେହିଠାରେ ମୋଟର ସାଇକେଲ ଚାଳକର ମୃତ୍ୟୁ ଘଟିଥିଲା ବେଳେ ଆହତ ସାଇକେଲ ଚାଳକ ଓ କ୍ୟାମେରାମ୍ୟାନ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ସ୍ଥାନୀୟ ପୁଲିସ କହିଛି। ଏହି ଦୁର୍ଘଟଣା ପରେ ରେସ୍କୁ କିଛି ସମୟ ସ୍ଥଗିତ ରଖାଯାଇଥିଲା।
ସାଇକ୍ଲିଷ୍ଟ ସହ ଧକ୍କା ଦେଇ ମୋଟର ସାଇକେଲ ଚାଳକ ମୃତ
Advertisment
Follow Us