ତୀରନ୍ଦାଜୀ ପ୍ରଶିକ୍ଷଣ ପାଇଁ ପୂର୍ବତନ ଅଲିମ୍ପିଆନଙ୍କ ସହ ବେଦାନ୍ତର ସହଭାଗିତା

ଓଡ଼ିଶାର କଳାହାଣ୍ଡିଠାରେ ଏହାର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଅଲିମ୍ପିଆନ୍ ତଥା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରାହୁଲ ବାନାର୍ଜୀଙ୍କ ସହ ସହଭାଗିତା ଘୋଷଣା କରିଛି ବେଦାନ୍ତ ।

vd

ଲାଞ୍ଜିଗଡ଼ : ବେଦାନ୍ତ ଆଲୁମିନିୟମ ତୃଣମୂଳ ସ୍ତରର କ୍ରୀଡ଼ାକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର ଚାମ୍ପିଅନମାନଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶାର କଳାହାଣ୍ଡିଠାରେ ଏହାର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମ ପାଇଁ ପ୍ରସିଦ୍ଧ ଅଲିମ୍ପିଆନ୍ ତଥା ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣ ପଦକ ବିଜେତା ରାହୁଲ ବାନାର୍ଜୀଙ୍କ ସହ ସହଭାଗିତା ଘୋଷଣା କରିଛନ୍ତି। ଏହି ସହଯୋଗର ଉଦ୍ଦେଶ୍ୟ ହେଉଛି ୮୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିବା। 

ରାହୁଲ ବାନାର୍ଜୀ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସୀୟ ଚାମ୍ପିଅନସିପ୍ ସମେତ ୫୦ ରୁ ଅଧିକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ହେଉଛନ୍ତି ପ୍ରଥମ ଭାରତୀୟ ତୀରନ୍ଦାଜ ଯିଏକି ରାଜ୍ୟଗୋଷ୍ଠି କ୍ରୀଡାରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଏବଂ ୨୦୦୯-୧୦ ରେ ଏସୀୟ ଗ୍ରାଣ୍ଡ ପ୍ରିକ୍ସ ହାସଲ କରିଛନ୍ତି ଏବଂ ଆଠ ଥର ଜାତୀୟ ଚାମ୍ପିଅନ୍ ହୋଇଛନ୍ତି। ତାଙ୍କର ମାର୍ଗଦର୍ଶନ ତୀରନ୍ଦାଜୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଗୁରୁତ୍ୱପୂର୍ଣ୍ଣ ଭାବେ ସୁଦୃଢ଼ କରିବ ଏବଂ କଳାହାଣ୍ଡିର ପ୍ରତିଭାବାନ କ୍ରୀଡ଼ାବିତମାନଙ୍କ ପାଇଁ ଏକ ପ୍ରେରଣା ଭାବେ କାର୍ଯ୍ୟ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe