ନାଲ୍କୋନଗର: ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଆୟୋଜିତ ତୃତୀୟ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ରାଜ୍ୟର ୩୦ ଯୁବକ ଯୁବତୀ ମାଉଣ୍ଟ ଦରଓ୍ଵା ଶିଖରରେ ପାଦ ଥାପି ପାରିଛନ୍ତି। ନାଲ୍କୋନଗରର ବିପ୍ଳବ କୁମାର ଦାସ (୩୦)ଙ୍କ ସମେତ ଏହି ଅଭିଯାନରେ ରାଜ୍ୟର ୧୩ ଜିଲ୍ଲାରୁ ୧୦ ଯୁବତୀ, ୨୦ ଯୁବକ ସାମିଲ ଥିଲେ। ଏପ୍ରିଲ ୨୭ ତାରିଖରେ ସେମାନେ ଉତ୍ତରକାଶୀ ନିକଟ କାଫଲନ୍ ବେସ୍ କ୍ୟାମ୍ପ୍ରେ ପ୍ରଶିକ୍ଷଣ ନେଇଥିଲେ। ସେଠାରୁ ବାହାରି ଗତ ଚଳିତ ମାସ ୨ ତାରିଖରେ ଡୋଡିତାଲ ଓ ୧୩୫୫୦ ଫୁଟ ଉଚ୍ଚ ମାଉଣ୍ଟ ଦରଓ୍ଵା ଶିଖରରେ ପହଞ୍ଚିଥିଲେ। ସେଠାରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ସେଲ୍ସିୟସ୍ ଥିଲା। ଦରଓ୍ଵା ଶୀର୍ଷରୁ ହିମାଳୟର ଉଚ୍ଚ ଶୃଙ୍ଗ ଗୁଡ଼ିକର ଦୃଶ୍ୟ ମନୋରମ ଥିଲା ବୋଲି ବିପ୍ଳବ ପ୍ରକାଶ କରିଛନ୍ତି। ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ, ରାଜେନ୍ଦ୍ର ପାଲ୍, ପ୍ରଶିକ୍ଷକ ମୋହନ ସିଂ, ପ୍ରଥମ ଏଭରେଷ୍ଟ ବିଜୟିନୀ ବଚେନ୍ଦ୍ରୀ ପାଲ୍ ପ୍ରମୁଖ ଅଭିଯାନ ପରିଚାଳନା କରିଥିଲେ।
ମାଉଣ୍ଟ ଦରଓ୍ଵା ଶିଖରରେ ରାଜ୍ୟ ପର୍ବତାରୋହୀ
Advertisment
Follow Us