ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଦିନିକିଆ ଖେଳିବ ଭାରତ, ୩୫୦ ରନ୍‌ ଏଠାରେ ନୁହେଁ ବଡ଼ ସ୍କୋର

Advertisment
ଆସନ୍ତାକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଦିନିକିଆ ଖେଳିବ ଭାରତ, ୩୫୦ ରନ୍‌ ଏଠାରେ ନୁହେଁ ବଡ଼ ସ୍କୋର

ମାଉଣ୍ଟ ମାଉଙ୍ଗାନୁଇ (ନ୍ୟୁଜିଲାଣ୍ଡ): ଭାରତୀୟ ଟିମ୍‌ ଦ୍ୱିତୀୟ ଶନିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ୨ୟ ଦିନିକିଆ ଖେଳିବ। ପାଂଚ ଦିନିକିଆ ମ୍ୟାଚ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତ ଜାନୁଆରି ୨୩ରେ ବିଜୟୀ ହେବା ପରେ ୨ୟ ଦିନିକିଆରେ ପୁଣିଥିରେ ଜିତିବା ପାଇଁ ଆଶା ରଖିଛି। ନ୍ୟୁଜିଲାଣ୍ଡର ନେପିୟର ଠାରେ ଖେଳାଯାଇଥିବା ମ୍ୟାଚ ଭାରତ ପାଇଁ ସହଜ ଥିଲା। କାରଣ ଏଠାରେ ଭାରତକୁ ବିଶାଳ ଲକ୍ଷ୍ୟ ମିଳି ନଥିଲା। ମାତ୍ର ମାଉଣ୍ଟ ମାଉଙ୍ଗାନୁଇ ଷ୍ଟାଡିୟମ୍‌ର ବାତାବରଣ ଟିକିଏ ଅଲଗା। ଏଠାରେ ୩୫୦ ରନ୍‌ ସ୍ୱାଭାବିକ। ନ୍ୟୁଜିଲାଣ୍ଡର ଟିମ୍‌ ପ୍ରଥମ ଦିନିକିଆରେ କୁଲଦୀପ ଯାଦବ ଏବଂ ଯୁଜବେନ୍ଦ୍ର ଚହଲଙ୍କ ବଲ ସମ୍ମୁଖୀନ ହୋଇ ପାରି ନଥିଲେ। ସେହିଭଳି ଦ୍ରୁତ ବୋଲର ମହମ୍ମଦ ସାମି ନ୍ୟୁଜିଲାଣ୍ଡର ବ୍ୟାଟିଂକୁ ଅଟକାଇ ପାରିଥିଲେ।

publive-image

ପ୍ରଥମ ଦିନିକିଆରେ ଭାରତ ଯେଭଳି ପ୍ରଦର୍ଶନ କରିଛି, ଏଭଳି ଖେଳିଳେ ଶୃଙ୍ଖଳା ଜିତିବା ବଡ଼ କଥା ନୁହେଁ। ମାଉଣ୍ଟ ମାଉଙ୍ଗାନୁଇର ଷ୍ଟାଡିୟମରେ ୨୦୧୪ରୁ ଏପର୍ଯ୍ୟନ୍ତ ୭ଟି ଦିନିକିଆ ମ୍ୟାଚ ଖେଳାଯାଇଛି। ଟିମ୍‌ ଇଣ୍ଡିଆ ପାଇଁ ଏହି ପିଚ୍‌ ସଂପୂର୍ଣ୍ଣ ନୁଆ ଅଟେ। ଏହି ପଡ଼ିଆରେ ଭାରତ ପ୍ରଥମ ଥର ଖେଳିବ। ନ୍ୟୁଜିଲାଣ୍ଡ ଏଠାରେ ୬ଟି ମ୍ୟାଚ ଖେଳିଥିବା ବେଳେ ୩ଟି ଜିତିଛି। ଏଡି ପିଚ ବ୍ୟାଟସ୍‌ମ୍ୟାନଙ୍କ ପାଇଁ ସ୍ୱର୍ଗ କୁହାଯାଇଥାଏ। ଚଳିତ ମାସରେ ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡ ୨ଟି ମ୍ୟାଚ ଜିତିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe