ଉଠିଥିବା ଗୁଜବର ଘଟିଲା ଅନ୍ତ;  ପୁଣିଥରେ ଅଧିନାୟକ ହେଲେ ଧୋନି

ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇଛନ୍ତି। ୨୦୨୫ ଆଇପିଏଲ ମଧ୍ୟରେ ଧୋନି ହଠାତ୍ ପୁଣି ଥରେ ଚେନ୍ନାଇର ଅଧିନାୟକ ପଦ ପାଇବା ମାହିଙ୍କ ଫ୍ୟାନ୍ସଙ୍କ ଅତ୍ୟନ୍ତ ଖୁସିର ଖବର।

wert

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ହୋଇଛନ୍ତି। ୨୦୨୫ ଆଇପିଏଲ ମଧ୍ୟରେ ଧୋନି ହଠାତ୍ ପୁଣି ଥରେ ଚେନ୍ନାଇର ଅଧିନାୟକ ପଦ ପାଇବା ମାହିଙ୍କ ଫ୍ୟାନ୍ସଙ୍କ ଅତ୍ୟନ୍ତ ଖୁସିର ଖବର।
 

ଚେନ୍ନାଇକୁ ପାଞ୍ଚଥର ଆଇପିଏଲର ଟାଇଟଲ ଜିତାଇଥିବା ଏମଏସ ଧୋନି ଅନେକ ଦିନ ପରେ ଦଳର ଅଧିନାୟକ ଭାବରେ ଫେରି ଆସୁଛନ୍ତି। ଏହାର ମୁଖ୍ୟକାରଣ ହେଉଛନ୍ତି ଅଧିନାୟକ ଋତୁରାଜ ଗାୟକୱାଡଙ୍କ ଆଘାତ। ଋତୁରାଜ ଏବେ ସମ୍ପୂର୍ଣ୍ଣ ସିଜିନରୁ ବାହାରେ ଅଛନ୍ତି। 


ଏହି ଖବର ସାମ୍ନାକୁ ଆସିବା ପରେ ଟୁର୍ଣ୍ଣାମେଣ୍ଟ ମଝିରେ ଧୋନିଙ୍କ ଅବସର ନେଇ ଚାଲିଥିବାର ଯେଉଁ  କଳ୍ପନାଜଳ୍ପନା ଏବଂ ଗୁଜବର ଆରମ୍ଭ ହୋଇଥିଲା ତାହାର ଅନ୍ତ ଘଟିଛି। 

ସୂଚନା ଅନୁଯାୟୀ, ଋତୁରାଜ ଗାୟକୱାଡଙ୍କ କହୁଣୀ ଆଘାତ ଯୋଗୁଁ ଅଧିନାୟକତ୍ୱରେ ପରିବର୍ତ୍ତନ ହୋଇଛି। କହୁଣୀରେ ଆଘାତ ସତ୍ତ୍ବେ ଋତୁରାଜ ୨ଟି ମ୍ୟାଚ୍ ଖେଳିଥିଲେ କିନ୍ତୁ ଏବେ ତାଙ୍କ କହୁଣୀରେ ଏକ ଫ୍ୟାକଚର ଥିବା ଚିହ୍ନଟ ହୋଇଛି। ଯାହା ଯୋଗୁଁ ସେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe