ରେକର୍ଡ ସ୍ଥାପନା କଲେ ମହେନ୍ଦ୍ର ସିଂହ ଧୋନି, ଦିନିକିଆରେ ୩୦୦ତମ କ୍ୟାଚ ନେବା ପରେ ପୂରଣ କଲେ ୧୦,୦୦୦ ରନ୍‌

Advertisment
ରେକର୍ଡ ସ୍ଥାପନା କଲେ ମହେନ୍ଦ୍ର ସିଂହ ଧୋନି, ଦିନିକିଆରେ ୩୦୦ତମ କ୍ୟାଚ ନେବା ପରେ ପୂରଣ କଲେ ୧୦,୦୦୦ ରନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୦୦୦୦ ରନ୍‌ ପୂରା କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଧୋନି ଏହି ରେକର୍ଡ ସ୍ଥାପନା କରିଛନ୍ତି। ଧୋନି ୨୭୩ ଇନିଂସରେ ୪ର୍ଥ ଭାରତୀୟ ଭାବରେ ଦିନିକିଆରେ ୧୦,୦୦୦ ରନ୍‌ ପୂରା କରିଛନ୍ତି। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର(୨୫୯ ଇନିଂସ), ସୌରଭ ଗାଙ୍ଗୁଲି(୨୬୩ ଇନିଂସ) ଓ ରାହୁଲ ଦ୍ରାବିଡ଼(୨୮୭ ଇନିଂସ)ରେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଧୋନି ୨ୟ ଭାରତୀୟ ରେକର୍ଡ ଭାବରେ ମଧ୍ୟ ଏହି ରେକର୍ଡ ସ୍ଥାପନା କରିଛନ୍ତି।

ପୂର୍ବରୁ ଧୋନି ଆଜି ୩୦୦ତମ କ୍ୟାଚ୍‌ ନେଇଛନ୍ତି। ଏଭଳି କରିବାରେ ଧୋନି ବିଶ୍ୱର ୪ର୍ଥ ଓ୍ଵିକେଟ୍‌କିପର ହୋଇ ପାରିଛନ୍ତି। ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଧୋନି ଏହି ଉପଲବ୍ଧି ହାସଲ କରିଛନ୍ତି। ଉମେଶ ଯାଦବଙ୍କ ବଲକୁ ଖେଳିଥିବା ଜୋସ୍‌ ବଟଲରଙ୍କୁ ଧୋନି କ୍ୟାଚ ନେଇ ପାଭଲିଅନ୍‌ ଫେରାଇ ଦେଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟରେ ପୂର୍ବରୁ ଅଷ୍ଟ୍ରେଲିଆର ଆଦାମ ଗିଲଖ୍ରୀଷ୍ଟ ୪୧୭, ଦକ୍ଷିଣ ଆଫ୍ରିକାର ମାର୍କ ବାଉଚର ୪୦୨ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାର ୩୮୩ଟି ଓ୍ଵିକେଟ ନେଇଥିଲେ।

publive-image

ଲଣ୍ଡନର ଲଡର୍ସ ଷ୍ଟାଡିୟମରେ ଶନିବାର ଜାରି ରହିଥିବା ୨ୟ ଦିନିକିଆରେ ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନ୍‌ର ଜସନ୍‌ ରାୟ ଓ ଜନି ବେୟାରଷ୍ଟୋ ପ୍ରଥମ ଓ୍ଵିକେଟ୍‌ ପାଇଁ ୧୦.୨ ଓଭରରେ ୬୯ ରନ୍‌ ଯୋଡ଼ିଥିଲେ। ବେୟାରଷ୍ଟୋ ୩୧ଟି ବଲ ଖେଳି ୩୮ ରନ୍‌ ସଂଗ୍ରହ କରିବା ପରେ ଭାରତର କୁଲଦୀପ ଯାଦବଙ୍କ ଦ୍ୱାରା ବୋଲଡ୍‌ ହୋଇଥିଲେ। ସ୍କୋର ୮୬ ରନ୍‌ ଥିବା ବେଳେ ଇଂଲଣ୍ଡ ଜସନ୍‌ ରାୟ(୪୦ ରନ୍‌)ଙ୍କୁ ହରାଇ ଥିଲା। ସେ କୁଲଦୀପ ଯାଦବଙ୍କ ବଲ୍‌ ଉମେଶ ଯାଦବଙ୍କୁ ଦେଇ ପାଭଲିଅନ୍‌ ଫେରିଥିଲେ। ତୃତୀୟ ଓ୍ଵିକେଟ୍‌ ପାଇଁ ଜୋଏ ରୁଟ୍‌ ଓ ଅଧିନାୟକ ଇଅନ୍‌ ମୋର୍ଗାନ ଶତକୀୟ ଭାଗିଦାରୀ(୧୦୩ ରନ୍‌) ହୋଇ ପାରିଥିଲେ। ମୋର୍ଗାନ ଅର୍ଦ୍ଧଶତକ(୫୩ ରନ୍‌) ଯୋଡ଼ିବା ପରେ କୁଲଦୀପ ଯାଦବଙ୍କ ବଲ ଶିଖର ଧାଓ୍ଵନ୍‌ଙ୍କୁ କ୍ୟାଚ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe