୨୫ରୁ ନିମପୁରରେ ଏମ୍‌ଏସ୍‌ ଧୋନି କ୍ରିକେଟ୍‌ କ୍ଲିନିକ୍‌

Advertisment
୨୫ରୁ ନିମପୁରରେ ଏମ୍‌ଏସ୍‌ ଧୋନି କ୍ରିକେଟ୍‌ କ୍ଲିନିକ୍‌

କଟକ: ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ନିମପୁର କ୍ରିକେଟ କ୍ଲବ୍‌ ପରିସରରେ ଏମ୍‌ଏସ୍‌ ଧୋନି କ୍ରିକେଟ୍‌ କ୍ଲିନିକ୍‌ ଆରମ୍ଭ ହେବ। ୬ରୁ ୧୯ ବର୍ଷ ବୟସର ଖେଳାଳିମାନେ ଏହି କ୍ଲିନିକ୍‌ରେ କ୍ରିକେଟର ଏ, ବି, ସି, ଡି ସବୁକିଛି ଶିଖିବେ। ଆନ୍ତର୍ଜାତିକ ସ୍ତରର ଅତ୍ୟାଧୁନିକ ଖେଳ ଉପକରଣ ସହାୟତାରେ ତାଲିମ୍‌ ପ୍ରଦାନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଅର୍କ ସ୍ପୋର୍ଟ୍ସର କ୍ରିକେଟ ଅପରେସନ୍‌ ମୁଖ୍ୟ ସୋହେଲ୍‌ ରଫ୍‌ ସୂଚନା ଦେଇଛନ୍ତି। ପ୍ରତ୍ୟେକ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦିଆଯିବ। ସେମାନଙ୍କର ଭିଡିଓ ଆନାଲିସିସ୍‌ କରାଯାଇ ତ୍ରୁଟି ସୁଧାରିବାକୁ ପ୍ରୟାସ କରାଯିବ। ଏଥିସହିତ ଶାରୀରିକ ଦକ୍ଷତା ବୃଦ୍ଧି, ସନ୍ତୁଳିତ ଖାଦ୍ୟ ଉପରେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ। ବିସିସିଆଇ ଓ ଏନ୍‌ସିଏର ଲେଭଲ ୩ ପ୍ରଶିକ୍ଷକ ସତ୍ରଜିତ ଲାହିରି, ମନ୍ଦର ଦାଲିଭିଙ୍କ ସହ ଏକାଧିକ ପ୍ରଶିକ୍ଷକ ଓ ବୈଷୟିକ ଅଧିକାରୀ ଏହି କ୍ଲିନିକ୍‌ରେ ଶିକ୍ଷା ପ୍ରଦାନ କରିବେ। ଏକାଡେମିର ମୋବାଇଲ୍‌ ଆପ୍‌ ଜରିଆରେ ପଞ୍ଜିକୃତ ଖେଳାଳିମାନେ ଯୋଡିହେବା ସହ ମାସେ ପର୍ଯ୍ୟନ୍ତ କ୍ରିକେଟ କାର୍ଯ୍ୟକ୍ରମରେ ଅନ୍‌ଲାଇନ୍‌ରେ ସହାୟତା ପ୍ରଦାନ କରାଯିବ। ବର୍ତ୍ତମାନସୁଦ୍ଧା ପ୍ରାୟ ୧୪୦ ଜଣ ପଞ୍ଜିକରଣ କରିସାରିଥିଲା ବେଳେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ରେ ଏଥିପାଇଁ ଆବେଦନ କରାଯାଉଛି। ଯେଉଁମାନେ ଭଲ ପ୍ରଦର୍ଶନ କରୁଥିବେ ଆବଶ୍ୟକ ହେଲେ ସେମାନଙ୍କୁ ଏକାଡେମିର ଖାଲି ସିଟ୍‌ରେ ଭର୍ତ୍ତି କରାଯାଇପାରିବ ବୋଲି ସୋହେଲ୍‌ କହିଛନ୍ତି। ନିମପୁର ପରେ ଭୁବନେଶ୍ବରର ସିଭି ରମଣ କଲେଜ ଓ ସମ୍ବଲପୁରରେ ଜୁନ୍‌ ୩ରୁ କ୍ରିକେଟ କ୍ଲିନିକ ଚାଲିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରବନ୍ଧକ ବିଭୂ ଶତପଥୀ, ବିରବର ନାୟକ, ର˚ଜିତ ମହାରଣା, ଲଳିତେନ୍ଦୁ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe