କଟକ: ଏମ୍ଏସ୍ ଧୋନି କ୍ରିକେଟ୍ ଏକାଡେମି ପକ୍ଷରୁ କଟକରେ କ୍ରିକେଟ୍ କ୍ଲିନିକ୍ ଆରମ୍ଭ ହୋଇଛି। ଜଗତପୁରର ନିମପୁର ପଡ଼ିଆରେ ଆରମ୍ଭ ହୋଇଥିବା ଏହି କ୍ଲିନିକ୍ରେ ଓଡ଼ିଶା ତଥା ରାଜ୍ୟ ବାହାରୁ ୧୦୨ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଛନ୍ତି। ଓଡ଼ିଶାରୁ ନବରଙ୍ଗପୁର, କେନ୍ଦୁଝର, ସମ୍ବଲପୁର, ରାଉରକେଲା, ମୟୁରଭଞ୍ଜ, ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ନୂଆପଡ଼ା, ବୌଦ୍ଧ, ଫୁଲବାଣୀ, ଭୁବନେଶ୍ବର ଓ କଟକରୁ ପ୍ରଶିକ୍ଷାର୍ଥୀମାନେ ଶିବିରରେ ପଞ୍ଜିକରଣ କରିଛନ୍ତି। ଏକାଡେମି ପକ୍ଷରୁ ବିସିସିଆଇ ଲେଭଲ-୩ ପ୍ରଶିକ୍ଷକ ସୁଦୀପ ମିତ୍ରଙ୍କ ନେତୃତ୍ବରେ କପୁରଚନ୍ଦ ଅଗ୍ରଵାଲ, ଅଭିଜିତ ଥଣ୍ତର, ସନ୍ଦୀପ ଦାସ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଆସନ୍ତା ୭ଦିନ ପର୍ଯ୍ୟନ୍ତ ଏହି କ୍ଲିନିକ୍ରେ ପ୍ରତ୍ୟେକ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ ଭିଡିଓରେ ବିଶ୍ଳେଷଣ କରାଯିବ। ଏଥିସହିତ ଶାରୀରିକ ଦକ୍ଷତା, ବ୍ୟାଟି˚, ବୋଲି˚, ଫିଲ୍ଡି˚ରେ ଦକ୍ଷତା ବଢ଼ାଇବା ଦିଗରେ କାର୍ଯ୍ୟ କରାଯିବ। ସପ୍ତାହେ ପରେ ପ୍ରଶିକ୍ଷାର୍ଥୀଙ୍କୁ ମାସିକିଆ କାର୍ଯ୍ୟକ୍ରମ ଅଧିନରେ ଅନ୍ଲାଇନ୍ରେ ସହାୟତା ଯୋଗାଇ ଦିଆଯିବ। ଏଥିସହିତ ମୋବାଇଲ୍ ଆପ୍ ଜରିଆରେ ପ୍ରଶିକ୍ଷାର୍ଥୀମାନେ ଏକାଡେମିର ପ୍ରଶିକ୍ଷକମାନଙ୍କ ସହିତ ସିଧାସଳଖ ଯୋଡ଼ି ହେବେ। ରାଜ୍ୟର ପ୍ରତ୍ୟେକ ଅଞ୍ଚଳରୁ ପ୍ରତିଭାବାନ ଖେଳାଳିଙ୍କୁ ଚୟନ କରିବା ପାଇଁ ଧୋନିଙ୍କ ଏହା ଲକ୍ଷ୍ୟ ବୋଲି ମୁଖ୍ୟ ପ୍ରଶିକ୍ଷକ ସୁଦୀପ ମିତ୍ର କହିଛନ୍ତି। ଆସନ୍ତା ୩ ତାରିଖରୁ ଭୁବନେଶ୍ବର ଓ ସମ୍ବଲପୁରରେ କ୍ଲିନିକ୍ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ନିମପୁର କ୍ରିକେଟ୍ କ୍ଲବ୍ର ସଭାପତି ବିଭୂ ଶତପଥୀ କ୍ଲିନିକ୍ ପରିଚାଳନାରେ ସହାୟତା କରିଥିଲେ।
କଟକରେ ଆରମ୍ଭ ହେଲା ଏମ୍ଏସ୍ ଧୋନି କ୍ରିକେଟ୍ କ୍ଲିନିକ୍
Advertisment
Follow Us