ଆଇପିଏଲ ଫାଇନାଲରେ କାନ୍ଦି ପକାଇଥିଲେ ଧୋନି

Advertisment
ଆଇପିଏଲ ଫାଇନାଲରେ କାନ୍ଦି ପକାଇଥିଲେ ଧୋନି

ଅହମଦାବାଦ : ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଚେନ୍ନାଇ ୫ ୱିକେଟ୍‌ରେ ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରି କ୍ରି‌କେଟ ପ୍ରେମୀଙ୍କୁ ଖୁସି କରାଇ ଦେଇଥିଲା।

ଏହି ମ୍ୟାଚରେ ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ।

ତେବେ ଚେନ୍ନାଇ ସୁପର କିଙ୍ଗ୍‌ ବିଜୟ ମୁକ‌ୁଟ ପିନ୍ଧିଥିବା ବେଳେ ଖେଳ ସରୁ ସରୁ ଖୁସିରେ ରବୀନ୍ଦ୍ର ଜାଦେଜାଙ୍କୁ କାଖେଇ ପକାଇଥିଲେ ମହେନ୍ଦ୍ର ସିଂହ ଧୋନି। ସେହି ସମୟର ଫଟୋ ଓ ଭିଡିଓ  ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।

ଏହି ମ୍ୟାଚକୁ ନେଇ ଧୋନିଙ୍କ ଏମିତି ଅନେକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ତାଙ୍କ ଆଖି ଲୁହରେ ଭରି ଥିବା ଦେଖିବାକୁ ମିଳୁଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ଏମିତି ଅନେକ ଘଟଣା ଅଛି ଯେଉଁଥିରେ ଷ୍ଟାର କ୍ରିକେଟର ଭାବବିହ୍ବଳ ହୋଇପଡ଼ିଥିବା ଦେଖିବ‌ାକୁ ମିଳିଥିଲା।

ଏହି କ୍ରମରେ ଦେଖିବାକୁ ଗଲେ ପଡ଼ିଆରେ ଧୋନିଙ୍କ ରାଗକୁ ବି ତାଙ୍କ ଫ୍ୟାନ୍ସମାନେ ଦେଖିବାକୁ ପାଇଛନ୍ତି। ଆଇପିଏଲ ୨୦୧୯ରେ ରାଜସ୍ଥାନ ବିପକ୍ଷରେ ମ୍ୟାଚ ଖେଳୁଥିବା ସମୟରେ ନୋ ବଲ ବିବାଦକୁ ନେଇ ଧୋନି ପଡ଼ିଆରୁ ରାଗରେ ଚାଲି ଆସିଥିଲେ।

ସେହିପରି ୨୦୧୦ରେ ପଞ୍ଜାବ ବିରୋଧରେ ମ୍ୟାଚରେ ଧୋନି ୨୯ଟି ବଲରେ ୫୪ରନ କରିଥିଲେ। ଏହି ଖେଳ ଜିତିବା ପରେ ସେ ରାଗି ଯାଇଥି‌ଲେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe