ମ୍ୟାଚ ସମୟରେ କିଛି ଖେଳାଳିଙ୍କୁ ନେଇ ରାଗି ଯାଇଥିଲେ ଧୋନି

ପଡ଼ିଆ ମଝିରେ ମେହେନ୍ଦ୍ର ସିଂ ଧୋନି ଅଲରାଉଣ୍ଡର ଶିବମ ଦୁବେ ଏବଂ ଶ୍ରୀଲଙ୍କାର ବୋଲର ମଥିଶା ପାଥିରାନାଙ୍କ ଉପରେ ରାଗି ଯାଇଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ନପଦସପସ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗ୍ସର ଯାତ୍ରା ଶେଷ ହୋଇଛି। ଚଳିତ ସିଜନ ଚେନ୍ନାଇ ସୁପର କିଙ୍ଗ୍ସର ପାଇଁ ନଥିଲା କହିଲେ ଚଳେ। 

ଲିଗ୍ ପର୍ଯ୍ୟାୟରେ ଖେଳାଯାଇଥିବା ୧୪ଟି ମ୍ୟାଚ୍ ମଧ୍ୟରୁ ସିଏସକେ ୧୦ଟିରେ ପରାସ୍ତ ହୋଇଥିଲା। ଫଳରେ ଦଳ ଆଇପିଏଲ ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଯାଇଥିଲା। ମ୍ୟାଚ ସମୟରେ ଋତୁରାଜ ଗାୟକୱାଡ ଆଘାତ ଯୋଗୁଁ ଖେଳି ପାରି ନଥିବା ବେଳେ ଏମଏସ ଧୋନି ଦଳର ଦାୟିତ୍ୱ ନେଇଥିଲେ। କିନ୍ତୁ ଚଳିତ ଆଇପିଏଲ ସିଜନରେ ସେ ତାଙ୍କ ଜଲୱା ଦେଖାଇ ପାରି ନଥିଲେ। 

ଶେଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଭିନ୍ନ ଫର୍ମ ଦେଖିବାକୁ ମିଳିଥିଲା। ଶୀର୍ଷ ସ୍ଥାନରେ ଥିବା ଦଳ ଗୁଜରାଟ ଟାଇଟାନ୍ସକୁ ୮୩ ରନରେ ପରାସ୍ତ କରି  ଟିମ ଏକ ବିଶାଳ ବିଜୟ ହାସଲ କରିଥିଲା। ଡେଭନ୍ କନୱେ (୫୨) ଏବଂ ଡେୱାଲ୍ଡ ବ୍ରୁଇସ୍ (୫୭)ଙ୍କ ବିସ୍ଫୋରକ ଇନିଂସ ବଳରେ ସିଏସକେ ୨୩୦ ରନର ବିଶାଳ ସ୍କୋର କରିଥିଲା ଏବଂ ଚମତ୍କାର ବୋଲିଂ କରି ଗୁଜରାଟକୁ ୧୪୭ ରନରେ ଅଲଆଉଟ୍ କରିଥିଲା।

ଏହି ମ୍ୟାଚରେ ଏମିତି ଏକ ମୁହୂର୍ତ୍ତ ଆସିଥିଲା ଯେତେବେଳେ 'କ୍ୟାପ୍ଟେନ୍ କୁଲ୍' ଏମଏସ ଧୋନି ନିଜ ଖେଳାଳିଙ୍କ ଉପରେ ରାଗି ଯାଇଥିଲେ।


ଧୋନି ଗୁଜୁରାଟ ବିପକ୍ଷରେ ଖେଳ ସମୟରେ କ୍ଳାନ୍ତ ଏବଂ କ୍ରୋଧିତ ଦେଖାଯାଉଥିଲେ। ପଡ଼ିଆ ମଝିରେ ଧୋନି ଅଲରାଉଣ୍ଡର ଶିବମ ଦୁବେ ଏବଂ ଶ୍ରୀଲଙ୍କାର ବୋଲର ମଥିଶା ପାଥିରାନାଙ୍କ ଉପରେ ରାଗି ଯାଇଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି। କାରଣ ଯେତେବେଳେ ଧୋନି ରବିନ୍ଦ୍ର ଜାଡେଜାଙ୍କ ଓଭର ପୂର୍ବରୁ ଫିଲ୍ଡିଂ କରୁଥିଲେ, ଏହି ଦୁଇଜଣ ଖେଳାଳି ତାଙ୍କ କଥା ଶୁଣୁ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe