ଉତ୍ତମ ଚିକିତ୍ସା ପାଇଁ ସହରର ବଡ଼ ହସ୍ପିଟାଲ୍‌ ଛାଡ଼ି ଜଙ୍ଗଲରେ ଥିବା ଆଶ୍ରମକୁ ଗଲେ ଧୋନୀ

Advertisment
ଉତ୍ତମ ଚିକିତ୍ସା ପାଇଁ ସହରର ବଡ଼ ହସ୍ପିଟାଲ୍‌ ଛାଡ଼ି ଜଙ୍ଗଲରେ ଥିବା ଆଶ୍ରମକୁ ଗଲେ ଧୋନୀ

ରାଞ୍ଚି: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନୀ ଆଣ୍ଠୁ ଯନ୍ତ୍ରଣାର ସମ୍ମୁଖୀନ ହେବା ପରେ ଏବେ ନିଜର ଆୟୁର୍ବେଦ ଚିକିତ୍ସା କରାଉଛନ୍ତି। ଧୋନୀ ନିଜର ଚିକିତ୍ସା ପାଇଁ ଯେତିକି ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଧୋନୀଙ୍କ ଚିକିତ୍ସା କରାଉଥିବା ଡାକ୍ତର ଜଣକ ଦେଖିବା ପାଇଁ ଫି ଏବଂ ଔଷଧ ବାବଦ‌ରେ ମାତ୍ର ୪୦ ଟଙ୍କା ନେଉଛନ୍ତି। ତାଙ୍କର ଫି ୨୦ ଟଙ୍କା ହୋଇଥିବା ବେଳେ ଆଉ ୨୦ ଟଙ୍କାର ସେ ଔଷଧ ଦେଇଥାନ୍ତି।

ଧୋନୀ ଗତ କିଛି ମାସ ହେବ ଆଣ୍ଠୁ ଯନ୍ତ୍ରଣାର ସମ୍ମୁଖୀନ ହୋଇ ଏହାର ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ବିକଳ୍ପ ଆପଣେଇ ଚା‌ଲିଛନ୍ତି। ଅନ୍ୟ ଚିକିତ୍ସାରୁ ତାଙ୍କୁ ଆଶା ମୁତାବକ ସନ୍ତୁଷ୍ଟି ନମିଳିବାରୁ ସେ ରାଞ୍ଚିରୁ ୭୦ କିଲୋମିଟର ଦୂର ଲାପୁଙ୍ଗର ଘନ ଜଙ୍ଗଲ ଭିତରେ ଏକ ଆଶ୍ରମରେ ରହୁଥିବା ବନ୍ଧନ ସିଂହ ଖୋରବାର୍‌ଙ୍କ ନିକଟରେ ନିଜର ଚିକିତ୍ସା କରାଉଛନ୍ତି।

ଧୋନୀଙ୍କ ମାଆବାପା ପ୍ରଥମେ ଏହି ବନ୍ଧନ ସିଂହଙ୍କ ନିକଟରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଉପଶମ ମିଳିବାରୁ ଧୋନୀ ମଧ୍ୟ ନିଜର ଚିକିତ୍ସା ପାଇଁ ସେହି ଜଙ୍ଗଲର ଏକ ଆଶ୍ରମରେ ରହୁଥିବା ଡାକ୍ତର ବନ୍ଧନ ସିଂହଙ୍କ ନିକଟକୁ ଯାଇଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କ ଶରୀରରେ କ୍ୟାଲ୍‌ସିୟମ୍‌ର ଅଭାବ ଥିବା ହେତୁ ତାଙ୍କ ଆଣ୍ଠୁ ଯନ୍ତ୍ରଣା ହେଉଛି ବୋଲି ଡାକ୍ତର ଧୋନୀଙ୍କୁ କହିଛନ୍ତି।

ଗତ ୧ ମାସ ହେବ ଧୋନୀ ଏହି ଚିକିତ୍ସା କରୁଛନ୍ତି ଓ ପ୍ରତି ୪ ଦିନକୁ ଥରେ ଉକ୍ତ ଆଶ୍ରମକୁ ସେ ନିଜର ଚିକିତ୍ସା ପାଇଁ ଯାଉଛନ୍ତି ବୋଲି ଡାକ୍ତର ବନ୍ଧନ ସିଂହ ଏନ୍‌ଡିଟିଭିକୁ ବତାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe