ସାଙ୍ଗର ବିବାହ ଉତ୍ସବରେ ଯୋଗ ଦେଇ ଧୋନି କହିଲେ, ‘କିଛି ଲୋକ ନିଆଁ ସହିତ ଖେଳିବାକୁ ପସନ୍ଦ କରନ୍ତି’

ଧୋନି ଖୁବ ମଜାଳିଆ ଶୈଳୀରେ ବର ଉତ୍କର୍ଷଙ୍କୁ ବିବାହ ବିଷୟରେ 'ଚେତାବନୀ' ଦେଇ କହିଥିଲେ, ବିବାହ ଏକ ବହୁତ ଭଲ ଜିନିଷ କିନ୍ତୁ ତୁମକୁ ଶୀଘ୍ର ଥିଲ। କିଛି ଲୋକ ନିଆଁ ସହିତ ଖେଳିବାକୁ ପସନ୍ଦ କରନ୍ତି।

7fd977eb-2614-49b1-be46-2d8cf9a55764

ନୂଆଦିଲ୍ଲୀ:  କ୍ରିକେଟ ଜଗତରେ ଶାନ୍ତ ସ୍ୱଭାବ ଏବଂ ରଣନୈତିକ ଚିନ୍ତାଧାରା ପାଇଁ ଲୋକପ୍ରିୟତା ପାଇଥିବା କ୍ରିକେଟର ଏମଏସ ଧୋନିଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। 

ନିକଟରେ ଧୋନି ତାଙ୍କର ଘନିଷ୍ଠ ବନ୍ଧୁ ଉତ୍କର୍ଷ ସଂଘଭି ଏବଂ ଧୱାନି କାନୁନଗୋଙ୍କ ବିବାହ ଉତ୍ସବକୁ ଯୋଗ ଦେବା ପାଇଁ ଯାଇଥିଲେ।  'କ୍ୟାପ୍ଟେନ କୁଲ' ମଞ୍ଚ ଉପରେ ଚଢ଼ି ନବଦମ୍ପତିଙ୍କୁ ବୈବାହିକ ଜୀବନର ଶୁଭକାମନା ଜଣାଇବା ସହିତ କେବଳ ଭାଷଣ ଦେଇଥିଲେ । ଧୋନିଙ୍କ ଭାଷଣ ଶୁଣି ବିବାହ ମଣ୍ଡପରେ ଥିବା ସମସ୍ତ ଅତିଥି ଠୋଠୋ ହୋଇ ହସିବାକୁ ଲାଗିଥିଲେ। 

ଧୋନି ଖୁବ ମଜାଳିଆ ଶୈଳୀରେ ବର ଉତ୍କର୍ଷଙ୍କୁ ବିବାହ ବିଷୟରେ ଏକ ଚମତ୍କାର 'ଚେତାବନୀ' ଦେଇ କହିଥିଲେ, ବିବାହ ଏକ ବହୁତ ଭଲ ଜିନିଷ ... କିନ୍ତୁ ତୁମକୁ ଶୀଘ୍ର ଥିଲ। କିଛି ଲୋକ ନିଆଁ ସହିତ ଖେଳିବାକୁ ପସନ୍ଦ କରନ୍ତି,  ସେମାନଙ୍କ ମଧ୍ୟରୁ ଇଏ ହେଉଛି ଜଣେ। ମୋ ମତରେ ପ୍ରତ୍ୟେକ ସ୍ୱାମୀ ସମାନ ଡଙ୍ଗାରେ ବସିଥାଆନ୍ତି।


 

ତୁମେ ବିଶ୍ୱକପ୍ ଜିତିଛ କି ନାହିଁ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଯଦି ସ୍ତ୍ରୀ ରାଗି ଥାଏ, ତେବେ ସେହି ସମୟରେ ଚୁପ ରହିଯିବା ଶିଖି ନିଅନ୍ତୁ। ଆମେ ପୁରୁଷମାନେ ୫ ମିନିଟ୍ ମଧ୍ୟରେ ଥଣ୍ଡା ହୋଇଯାଇଥାଉ। କାରଣ ଆମେ ଆମର ଶକ୍ତି ଜାଣିଥାଉ।’
 ଧୋନିଙ୍କ ଭାଷଣ ବିବାହ ଭୋଜିକୁ ଏକ କମେଡି ଶୋରେ ପରିଣତ କରିଦେଲା। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe