କୋହଲି ଓ ସଚିନଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ଲୋକପ୍ରିୟ ଖେଳାଳି ହେଲେ ଧୋନୀ

Advertisment
ୱେଷ୍ଟଇଣ୍ଡିଜ୍ ଯିବେନି ଧୋନି : କିଛି ସମୟ କ୍ରିକେଟ୍‌ରୁ ଦୂରେଇ ରହି ନିଜ ଭବିଷ୍ୟତ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ‌

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଲୋକପ୍ରିୟ ଭାରତୀୟ ଖେଳାଳି ମହେନ୍ଦ୍ର ସିଂ ଧୋନୀ । ୟୁ ଗଭ ପକ୍ଷରୁ କରାଯାଇଥିବା ଭୋଟିଂରେ ସର୍ବାଧିକ ଭୋଟ ପାଇ ନମ୍ବର ୱାନ ଖେଳାଳି ହୋଇଛନ୍ତି କ୍ୟାପଟେନ୍ କୁଲ୍ । ଏପରିକି ଭୋଟିଂରେ ଭାରତୀୟ ଟିମର ବର୍ତମାନର କ୍ୟାପଟେନ୍ ବିରାଟ କୋହଲି ଓ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ଧୋନୀ ।

publive-image

ଧୋନୀଙ୍କୁ ୭.୭ ପ୍ରତିଶତ ଭୋଟ୍ ମିଳିଥିବାବେଳେ ସଚିନଙ୍କୁ ମିଳିଛି ୬.୮ପ୍ରତିଶତ ଓ କୋହଲିଙ୍କୁ ମିଳିଛି ୪.୮ପ୍ରତିଶତ ଭୋଟ୍ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୦୦୭ ମସିହାରେ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ଦିନିକିଆ ବିଶ୍ୱକପ୍ ଜିତିଥିଲା ଟିମ୍ ଇଣ୍ଡିଆ । ତେବେ ଭାରତର ସବୁଠାରୁ ଲୋକପ୍ରିୟ ବ୍ୟକ୍ତି ତାଲିକାରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପଛକୁ ଦ୍ୱିତୀୟରେ ରହିଛନ୍ତି ଧୋନୀ ।

ସୂଚନା ଅନୁସାରେ ଏହି ସର୍ଭେ ଚଳିତ ବର୍ଷର ପ୍ରାରମ୍ଭରୁ ହୋଇଥିଲା, ଯାହାର ଫଳାଫଳ ଏବେ ଆସିଛି । ଧୋନୀ ବିଶ୍ୱର ଏକମାତ୍ର କ୍ୟାପଟେନ୍ ଯିଏ, ଆଇସିସିର ତିନୋଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟ ଟି-୨୦, ଚାମ୍ପିୟନସ ଟ୍ରଫି ଓ ବିଶ୍ୱକପ୍ ଜିତିଛନ୍ତି । ୨୦୦୯ରେ ନିଜର କ୍ୟାପଟେନ୍ସି ସମୟରେ ଟିମ୍ ଇଣ୍ଡିଆକୁ ପ୍ରଥମ ଥର ପାଇଁ ଟେଷ୍ଟ ରାଙ୍କିଂରେ ପ୍ରଥମ ସ୍ଥାନରେ ପହଞ୍ଚାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe