ମହେନ୍ଦ୍ର ସିଂହ ଧୋନି ଏବେ ଅବସର ନେଉ ନାହାନ୍ତି: ଏମ୍‌ଏସ୍‌କେ ପ୍ରସାଦ

ମହେନ୍ଦ୍ର ସିଂହ ଧୋନି ଏବେ ଅବସର ନେଉ ନାହାନ୍ତି: ଏମ୍‌ଏସ୍‌କେ ପ୍ରସାଦ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଗୁରୁବାର ଏକ ଫଟୋ ସେୟାର କରିବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଥିଲା ଯେ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଅବସର ନେଉଛନ୍ତି। ମାତ୍ର ବିସିସିଆଇ ପକ୍ଷରୁ ସ୍ୱଷ୍ଟ ଭାବେ କୁହାଯାଇଛି ଯେ, ଖବରର କୌଣସି ସତ୍ୟତା ନାହିଁ। ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଧୋନିଙ୍କ ଅବସର ନେଇ କୌଣସି ତାଜା ଖବର ନାହିଁ। ଯାହା ଚର୍ଚ୍ଚା ହେଉଛି, ସେଥିରେ କୌଣସି ସତ୍ୟତା ଦେଖାଯାଉ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ଟେଷ୍ଟ ଶୃଙ୍ଖଳା ପାଇଁ ଗୁରୁବାର ଭାରତୀୟ ଟିମ୍‌ ଘୋଷଣା ଅବସରରେ ଧୋନିଙ୍କ ଅବସରରେ ନେଇ ପ୍ରସାଦ ସୂଚନା ଦେଇଛନ୍ତି।

ୱେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍‌ ପଡ଼ିବା ପରେ ଧୋନି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ମଧ୍ୟ ଅନୁପସ୍ଥିତ ରହିବେ। ଗତ ମାସରେ ବିସିସିଆଇ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରିଛି। ପ୍ରସାଦ କହିଛନ୍ତି, ଧୋନି ତାଙ୍କ ତରଫରୁ ଶୃଙ୍ଖଳାରେ ଅନୁପସ୍ଥିତ ରହିବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe