ପଡ଼ିଆକୁ ଓହ୍ଲାଇଲେ ମାହି: ଆଇପିଏଲ୍ ୨୦୨୦ ପୂର୍ବରୁ ରାଞ୍ଚି ଜେଏସ୍‌ସିଏ ଇଣ୍ଟର୍‌ନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଅଭ୍ୟାସ କଲେ ଧୋନି

Advertisment
ପଡ଼ିଆକୁ ଓହ୍ଲାଇଲେ ମାହି: ଆଇପିଏଲ୍ ୨୦୨୦ ପୂର୍ବରୁ ରାଞ୍ଚି ଜେଏସ୍‌ସିଏ ଇଣ୍ଟର୍‌ନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଅଭ୍ୟାସ କଲେ ଧୋନି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୯ରେ ୟୁଏଇରେ ‘ଆଇପିଏଲ୍ ୨୦୨୦’ ହେବା ନିଶ୍ଚିତ ହୋଇଛି। ବେଶ କିଛି ଦିନ ଧରି କ୍ରିକେଟରୁ ସାମୟିକ ସନ୍ନ୍ୟାସ ନେଇଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ୍‌ କ୍ୟାପ୍‌ଟେନ୍ ଏମ୍‌ଏସ୍‌ ଧୋନି ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ‘ଆଇପିଏଲ୍’ ନିମନ୍ତେ ପ୍ରସ୍ତୁତି କରିବାକୁ ଧୋନି ରାଞ୍ଚିସ୍ଥିତ ‘ଜେଏସ୍‌ସିଏ’ ଇଣ୍ଡୋର୍‌ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। ତେବେ ଲକ୍‌ଡାଉନ୍ ଏବଂ ‌ସାମାଜିକ ଦୂରତା କାରଣରୁ ସମ୍ପ୍ରତି ରାଞ୍ଚିରେ ତାଙ୍କୁ ବୋଲିଂ କରିବା ଲାଗି ଖେଳାଳି ମିଳୁ ନାହାନ୍ତି। ତେଣୁ, ଧୋନି ଏବେ କିଛି ଦିନ ପାଇଁ ବୋଲିଙ୍ଗ୍‌ ମେସିନ୍‌ ବ୍ୟବହାର କରି ଅଭ୍ୟାସ କରୁଛନ୍ତି।

publive-image Image Courtesy of Hindustan Times

ଝାଡ଼ଖଣ୍ଡ ଷ୍ଟେଟ୍ କ୍ରିକେଟ୍‌ ଆସୋସିଏସନ୍‌ର ଜଣେ କାର୍ଯ୍ୟନିର୍ବାହୀ କହନ୍ତି, ଗତ ସପ୍ତାହରେ ଧୋନି ‘ଜେଏସ୍‌ସିଏ’ ଇଣ୍ଟର୍‌ନ୍ୟାସ୍‌ନାଲ୍ ଷ୍ଟାଡିୟମ୍ କମ୍ପ୍ଲେକ୍ସ ପରିଦର୍ଶନ କରିଥିଲେ। ବୋଲିଙ୍ଗ୍ ମେସିନ୍ ସୁବିଧା ବ୍ୟବହାର କରି ସେ କିଛି ସମୟ ଅଭ୍ୟାସ କରିଥିଲେ। ଦୁଇଟି ସପ୍ତାହନ୍ତ ବ୍ୟାଟିଙ୍ଗ୍‌ ଅଭ୍ୟାସ କରିବା ପର ଠାରୁ ସେ ଆଉ ଆସି ନାହାନ୍ତି। ତାଙ୍କର ଯୋଜନା କ’ଣ ମୁଁ ଜାଣିନି। ସେ ଆଗକୁ ଆହୁରି ଅଭ୍ୟାସ କରିବାକୁ ଆସିବେ କି ନାହିଁ ବି ମୁଁ ଜାଣେନା।

ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ, ଲକ୍‌ଡାଉନ୍‌ ଘୋଷଣା ହେବା ପୂର୍ବରୁ ଆଇପିଏଲ୍ ନିମନ୍ତେ ଅଭ୍ୟାସ କରିବାକୁ ଧୋନି ନିୟମିତ ସେଠାକୁ ଯାଉଥିଲେ। ‘ୟୁଏଇ’ ଯାତ୍ରା ପୂର୍ବରୁ ଅଗଷ୍ଟ ୨୦ରେ ଚେନ୍ନାଇରେ ‘ସିଏସ୍‌କେ’ ଟିମ୍‌ ସମବେତ ହେବେ ବୋଲି ଆଶା କରାଯାଉଛି। ଏହି ସମାବେଶ ପୂର୍ବରୁ ରାଞ୍ଚିରେ ଅଭ୍ୟାସ ଲାଗି ଧୋନିଙ୍କ ହାତରେ ଦୁଇ ସପ୍ତାହ ଭଳି ସମୟ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe