ମୋତେ କାହିଁକି ଦେଲେ? 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ମିଳିବା ପରେ ଏଭଳି କହିଲେ ଧୋନି

tdhoniiiiii

ଲକ୍ଷ୍ନୌ: ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଥିଲା। ସୋମବାର ଏହି ମ୍ୟାଚ୍ ଖେଳାଯାଇଥିବା ବେଳେ ବିଜୟୀ ହୋଇଥିବା ସିଏସକେ। ଲକ୍ଷ୍ନୌ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକଦା ସଂଘର୍ଷ କରୁଥିବା ଚେନ୍ନାଇ ୩ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଥିଲା। ସୋମବାର ଧୋନିଙ୍କ ସହ ଇମ୍ପାକ୍ଟ ଖେଳାଳି ଶିବମ ଦୁବେ ମଧ୍ୟ ଦମ୍‌ଦାର ପାଳି ଖେଳିଥିଲେ। ଲଗାତାର ପାଞ୍ଚଟି ପରାଜୟ ପରେ ବିଜୟ ଧାରାକୁ ଫେରିଛି ଚେନ୍ନାଇ। 

ଅନ୍ୟପକ୍ଷରେ ମ୍ୟାଚ୍ ସମୟରେ ଧୋନି ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ  ଆଇପିଏଲ୍‌ ଇତିହାସରେ 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ପାଇବାରେ ସବୁଠାରୁ ବୟସ୍କ ଖେଳାଳି ହୋଇଛନ୍ତି। ଧୋନିଙ୍କ ବର୍ତ୍ତମାନ ବୟସ ୪୩ ବର୍ଷ ୨୮୨ ଦିନ। ସୋମବାର ଖେଳାଯାଇଥିବା ମ୍ୟାଚ୍ ପରେ ତାଙ୍କୁ  'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ପୁରସ୍କାର ଦିଆଯାଇଥିଲା। ଏହି ପୁରସ୍କାର ପାଇବା ପରେ ଧୋନି କହିଥିଲେ, "ସେମାନେ ମୋତେ ପୁରସ୍କାର କାହିଁକି ଦେଉଛନ୍ତି?" ନୁର୍ ଅହମଦ ପ୍ରକୃତରେ ଭଲ ବୋଲିଂ କରିଥିଲେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe