www.indiatoday.in
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାପା ପାନ୍ ସିଂହ ଓ ମାଆ ଦେବକୀ ଦେବୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନେ ରାଞ୍ଚିର ପଲ୍ସ ସୁପରସ୍ପେସି୍ଆଲିଟି ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।
ଉଲ୍ଲେଖଯୋଗ୍ୟ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ମୁମ୍ବାଇରେ ରହି ଇଣ୍ଡିଆନ୍ ପ୍ରିମିୟର ଲିଗର ୧୪ତମ ସଂସ୍କରଣରେ ଅଂଶଗ୍ରହଣ କରୁଛନ୍ତି। ୩ ଥର ଚାମ୍ପିଅନ୍ ସିଏସକେ ୱାଙ୍ଖଡେଷ୍ଟାଡିୟମରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସକୁ ଭେଟିବ।
Follow Us