School Cricket: ଅନ୍ତଃସ୍କୁଲ କ୍ରିକେଟ୍: ମୟୂରଭଞ୍ଜର ଶାଶ୍ବତ ଗିରିଙ୍କ ଶତକ, ମନିଦର ସିଂହଙ୍କୁ ୭ ୱିକେଟ୍‌

Advertisment

‘ଓସିଏ’ ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବୁଧବାର ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ‌ବେଳେ ଏଥିରେ ଝାରସୁଗୁଡ଼ା, ସମ୍ବଲପୁର-ଏ, ଢେଙ୍କାନାଳ, ରାଉରକେଲା, ପୁରୀ ଓ ମୟୂରଭଞ୍ଜ ବୃହତ ବିଜୟ ହାସଲ କରିଛନ୍ତି।

‘ଓସିଏ’ ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବୁଧବାର ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ‌ବେଳେ ଏଥିରେ ଝାରସୁଗୁଡ଼ା, ସମ୍ବଲପୁର-ଏ, ଢେଙ୍କାନାଳ, ରାଉରକେଲା, ପୁରୀ ଓ ମୟୂରଭଞ୍ଜ ବୃହତ ବିଜୟ ହାସଲ କରିଛନ୍ତି।

Cricket

କଟକ: ‘ଓସିଏ’ ଅନ୍ତଃଜିଲ୍ଲା ସ୍କୁଲ୍‌ କ୍ରିକେଟ୍‌ ପ୍ରତିଯୋଗିତାର ବୁଧବାର ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିବା ‌ବେଳେ ଏଥିରେ ଝାରସୁଗୁଡ଼ା, ସମ୍ବଲପୁର-ଏ, ଢେଙ୍କାନାଳ, ରାଉରକେଲା, ପୁରୀମୟୂରଭଞ୍ଜ ବୃହତ ବିଜୟ ହାସଲ କରିଛନ୍ତି। ଭୁବନେଶ୍ବର ମୂଳାପଡ଼ିଆରେ ଝାରସୁଗୁଡ଼ା ୬୯ ରନ୍‌ରେ ବରଗଡ଼କୁ ହରାଇଛି। ଝାରସୁଗୁଡ଼ା ୩୬ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୭ ରନ୍‌ କରିଥିଲା। ଜବାବରେ ବରଗଡ଼ ୨୨.୩ ଓଭରରେ ସମସ୍ତ ୱିକେଟ୍‌ ୧୦୮ ରନ୍‌ କରିଥିଲା। ‌

ସୋଆ କ୍ରିକେଟ୍‌ ପଡ଼ିଆରେ ସମ୍ବଲପୁର-ଏ ୫ ୱିକେଟ୍‌ରେ ଗଜପତିକୁ ପରାସ୍ତ କରିଛି। ମନିଦର ସିଂହଙ୍କ ୭ ୱିକେଟ୍‌ ସଫଳତା ଯୋଗୁଁ ଗଜପତି ୩୧.୨ ଓଭରରେ ୭୩ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଜବାବରେ ସମ୍ବଲପୁର ୧୯ ଓଭରରେ ୫ ୱିକେଟ୍‌ ହରାଇ ମ୍ୟାଚ୍‌ ଜିିତି ନେଇଥିଲା। କଟକର ଗତିରାଉତପାଟଣା ଖେଳପଡ଼ିଆରେ ଢେଙ୍କାନାଳ ୫ ୱିକେଟ୍‌ରେ ଖୋର୍ଦ୍ଧାକୁ ହରାଇଛି। ଖୋର୍ଦ୍ଧା ୨୩.୫ ଓଭରରେ ମାତ୍ର ୫୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଢେଙ୍କାନାଳର ସୂରଜ ତରାଇ ୫ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଢେଙ୍କାନାଳ ୧୮.୨ ଓଭରରେ ୫ ୱିକେଟ ହରାଇ ମ୍ୟାଚ୍‌ ଜିତିଥିଲା। ଅଡ଼ଶପୁର ପଡ଼ିଆରେ ରାଉରକେଲା ୧୮ ରନ୍‌ରେ କଟକ-ଏ’କୁ ପରାସ୍ତ କରିଛି।

ଆହୁରି ପଢ଼ନ୍ତୁ: Trump on GreenLand: ଗ୍ରିନଲାଣ୍ଡକୁ ସମ୍ପୂର୍ଣ୍ଣ ଦଖଲକୁ ନେବୁ : ଟ୍ରମ୍ପ

ରାଉରକେଲାର ୧୦୦ ରନ୍‌

ରାଉରକେଲା ୪୦.୪ ଓଭରରେ ସମସ୍ତ ୱିକେଟ ହରାଇ ୧୦୦ ରନ୍‌ କରିଥିଲା। ଜବାବରେ କଟକ-ଏ’ ୨୨.୩ ଓଭରରେ ୮୨ ରନ୍‌ ଅଲ୍‌ଆଉଟ୍‌ ହୋଇଥିଲା। କଟକ ସଦର କୁରାଙ୍ଗଶାସନ ଖେଳ ପଡ଼ିଆରେ ପୁରୀ ୪ ରନ୍‌ରେ ଦେବଗଡ଼କୁ ପରାସ୍ତ କରିଛ। ପୁରୀ ୨୮.୫ ଓଭରରେ ୧୧୨/୧୦ କରିଥିବା ବେଳେ ଦେବଗଡ଼ ୧୦୮/୧୦ରେ ଅଟକି ଯାଇଥିଲା। ଖୋର୍ଦ୍ଧା ବିଜେବି ହାଇସ୍କୁଲ ପଡ଼ିଆରେ ମୟୂରଭଞ୍ଜ ୨୬୧ ରନ୍‌ରେ କିଟ୍‌କୁ ପରାସ୍ତ କରିଛି। ମୟୂରଭଞ୍ଜ ୪୯.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୨୬ ରନ୍‌ କରିଥିଲା। ମୟୂରଭଞ୍ଜ ପକ୍ଷରୁ ଶାଶ୍ବତ ଗିରି ୧୩୪ ବଲ୍‌ରୁ ୧୨୧ ରନ୍‌ ଏବଂ ରାଜୀବ ଶଙ୍କର ୯୧ ରନ୍ କରିଥିଲେ। ଜବାବରେ କିଟ୍ ୨୧.୨ ଓଭରରେ ୬୫ ରନ୍‌ରେ ଆଲ୍‌ଆଉଟ୍‌ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: Accident: ରାସ୍ତାରେ ଗୋରୁ ବୁଲୁଥିଲେ ଚାଳକଙ୍କୁ ସତର୍କ ସୂଚନା ମିଳିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe