ମୁମ୍ବାଇ ଓ ବ୍ରାଭୋଙ୍କ ସ୍ମରଣୀୟ ଶତକ

Advertisment
ମୁମ୍ବାଇ ଓ ବ୍ରାଭୋଙ୍କ ସ୍ମରଣୀୟ ଶତକ

KreedOn

ମୁମ୍ବାଇ: ବୁଧବାର ସ୍ଥାନୀୟ ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ମୁମ୍ବାଇ ଇଣ୍ଡିଆନ୍‌ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଏକାଧିକ ମାଇଲଖୁଣ୍ଟ ପ୍ରତିଷ୍ଠା ହୋଇଥିଲା। ଚଳିତ ଆଇପିଏଲ୍‌ର ଏହି ପଞ୍ଚଦଶ ମ୍ୟାଚ୍‌ରେ ଚେନ୍ନାଇର ବିଜୟ ଧାରାକୁ ରୋକିଦେଇଥିବା ମୁମ୍ବାଇ ନିଜର ୧୦୦ତମ ବିଜୟ ହାସଲ କରିଥିଲା। ଏଥି ସହିତ ମୁମ୍ବାଇ ମଧ୍ୟ ପ୍ରଥମ ଫ୍ରାଞ୍ଚାଇଜ୍‌ ଭାବେ ଆଇପିଏଲ୍‌ରେ ଶତକ ବିଜୟ ପାଇବାର କୀର୍ତିମାନ ରଚିଛି। ମୁମ୍ବାଇ ବିଜୟରେ ଶତକ ହାସଲ କରିବାକୁ ୧୭୫ ମ୍ୟାଚ୍‌ ଖେଳିଥିଲା ବେଳେ ପରାଜିତ ଚେନ୍ନାଇ ଏକ୍ଷେତ୍ରରେ ଦ୍ବିତୀୟ ସର୍ବାଧିକ ବିଜୟୀ ଦଳ ରହିଛି। ଚେନ୍ନାଇ ମୋଟ ୯୩ ବିଜୟ ହାସଲ କରିଥିଲା ବେଳେ ତା ପଛକୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ୮୮ ବିଜୟ ସହ ତୃତୀୟରେ ରହିଛି।
ବୁଧବାର ମ୍ୟାଚ୍‌ରେ ଅନ୍ୟ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛନ୍ତି ଚେନ୍ନାଇର ୱେଷ୍ଟଇଣ୍ଡିଜ୍‌ ଅଲ୍‌ରାଉଣ୍ଡର ଡ୍ବେନ୍‌ ବ୍ରାଭୋ। ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ୪-୦-୪୯-୧ ବୋଲିଂ ଚିତ୍ର ପାଇଥିବା ବ୍ରାଭୋ ପ୍ରଥମ ଚେନ୍ନାଇ ସୁପର କିଙ୍ଗ୍‌ସ ବୋଲର ଭାବେ ୧୦୦ତମ ୱିକେଟ୍‌ ଦଖଲ କରିଥିଲେ। ତେବେ ବ୍ରାଭୋ ବୁଧବାର ପାଳିର ଶେଷ ଓଭରରେ ସର୍ବାଧିକ ୨୯ ରନ୍‌ ବ୍ୟୟ କରିବାରେ ଦ୍ବିତୀୟ ବୋଲର ରହିଛନ୍ତି। ଗୋଟିଏ ଓଭରରେ ସର୍ବାଧିକ ରନ୍‌ ବ୍ୟୟ କରିବାରେ କୌଣସି ଚେନ୍ନାଇ ସୁପର କିଙ୍ଗ୍‌ସ ବୋଲର ଭାବେ ଏହା ମଧ୍ୟ ସର୍ବାଧିକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe