ପାକିସ୍ତାନ ସୁପର ଲିଗକୁ ଛାଡ଼ି ଆସିଥିବା ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହିତ କରିବେ  ଆଇପିଏଲରେ ଡେବ୍ୟୁ

Advertisment

ଆଇପିଏଲ ୨୦୨୫ର ୪୫ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ଦକ୍ଷିଣ ଆଫ୍ରିକୀୟର ଖେଳାଳି କୋର୍ବିନ୍ ବୋସ୍‌ଚଙ୍କୁ ସୁଯୋଗ ‌ଦେଇଛି।

ଆଇପିଏଲ ୨୦୨୫ର ୪୫ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ଦକ୍ଷିଣ ଆଫ୍ରିକୀୟର ଖେଳାଳି କୋର୍ବିନ୍ ବୋସ୍‌ଚଙ୍କୁ ସୁଯୋଗ ‌ଦେଇଛି।

rytrt

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ୪୫ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ଜଣେ ଖେଳାଳିଙ୍କୁ ସୁଯୋଗ ଦେଇଛି ଯିଏକି ପାକିସ୍ତାନ ସୁପର ଲିଗ୍ ଛାଡି ଇଣ୍ଡିଆନ୍ ପ୍ରିମିୟର ଲିଗ୍କୁ ମ୍ୟାଚ୍ ଖେଳିବାକୁ ବାଛିଥିଲେ। ଏହି ଖେଳାଳିଙ୍କ ନାମ କୋର୍‌ବିନ୍‌ ବୋସ୍‌ଚ । ଯିଏକି ଦକ୍ଷିଣ ଆଫ୍ରିକୀୟର ଜଣେ ଖେଳାଳି। କୋର୍ବିନ୍ ଆଜି ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ୍ ସହିତ ଆଇପିଏଲରେ ପ୍ରବେଶ କରିଛନ୍ତି।

ଲକ୍ଷ୍ନୌ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍ରେ କୋର୍‌ବିନ୍‌ ବୋସ୍‌ଚଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦିଆଯାଇଛି। କୋର୍ବିନ୍ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଖେଳନ୍ତି ଏବଂ ସେ ଜଣେ ଅଲରାଉଣ୍ଡର ମଧ୍ୟ। ଆଜି ମୁମ୍ବାଇର ପ୍ଲେଇଂ ଇଲେଭେନରେ କୋର୍ବିନଙ୍କ ବ୍ୟତୀତ ରୟାନ ରିକେଲଟନ (ୱିକେଟକିପର), ରୋହିତ ଶର୍ମା, ୱିଲ ଜ୍ୟାକ୍ସ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧୀର, ଟ୍ରେଣ୍ଟ ବୋଲ୍ଟ, ଦୀପକ ଚହର ଏବଂ କର୍ଣ୍ଣ ଶର୍ମାଙ୍କୁ ସାମିଲ କରାଯାଇଛି।

ଚଳିତ ବର୍ଷ ଆରମ୍ଭରେ ପାକିସ୍ତାନ ସୁପର ଲିଗ୍ ପାଇଁ ପ୍ଲେୟାର ଡ୍ରାଫ୍ଟରେ ଦକ୍ଷିଣ ଆଫ୍ରିକୀୟ ଖେଳାଳି କୋର୍ବିନଙ୍କୁ ସାମିଲ କରାଯାଇଥିଲା। ବାବର ଆଜମଙ୍କ ଅଧିନାୟକତ୍ୱରେ ଥିବା ପେଶାୱାର ଜାଲମି ଦଳ ପାଇଁ କୋର୍ବିନଙ୍କୁ ମନୋନୀତ କରାଯାଇଥିଲା। କିନ୍ତୁ କୋର୍ବିନ୍ ଆଇପିଏଲରେ ଖେଳିବା ପାଇଁ ପିଏସଏଲକୁ ଲାତ ମାରି ଦଳ ପାଇଁ ଖେଳିବେ ନାହିଁ ବୋଲି ମନା କରି ଦେଇଥିଲେ।

ଏହାପରେ ଆଇପିଏଲରେ କୋର୍ବିନଙ୍କ ଚୟନ ହୋଇଯାଇଥିଲା। ଏହି ଚୟପ ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଦକ୍ଷିଣ ଆଫ୍ରିକୀୟ ଖେଳାଳି କୋର୍ବିନଙ୍କ ଉପରେ ଗୋଟିଏ ବର୍ଷର ବାସନ୍ଦ ଲାଗୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe