ଏନ୍‌ବିଏ ଷ୍ଟାଇଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ, ପ୍ରତି ଖେଳାଳି ପିନ୍ଧିବେ ‘ସ୍ମାର୍ଟ ରିଙ୍ଗ’

Advertisment
ଏନ୍‌ବିଏ ଷ୍ଟାଇଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ, ପ୍ରତି ଖେଳାଳି ପିନ୍ଧିବେ ‘ସ୍ମାର୍ଟ ରିଙ୍ଗ’

NDTV Sports

ଦୁବାଇ : ଆଉ ମାତ୍ର ଦୁଇ ସପ୍ତାହ ପରେ ଆଇପିଏଲ୍‌ ଖେଳାଯିବାକୁ ଥିବାବେଳେ ଗତ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏକ ଏନ୍‌ବିଏ ଷ୍ଟାଇଲକୁ ଆପଣାଇଛି। ରୋହିତ ଶର୍ମାଙ୍କ ଦଳର ପ୍ରତି ସଦସ୍ୟ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ‘ସ୍ମାର୍ଟ ରିଙ୍ଗ’ ପରିଧାନ କରିବେ। ବ୍ୟକ୍ତିଗତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏହା ଏକ ଅତ୍ୟାଧୁନିକ ଉପକରଣ। ବ୍ଲୁ ଟୁଥ୍‌ ସଂଯୁକ୍ତ ଏହି ଆପ୍‌ ଜରିଆରେ ଖେଳାଳିଙ୍କ ଦୈନିକ ଫିଟ୍‌ନେସ୍‌ ତଦାରଖ କରିହେବ। କୋଭିଡ୍‌-୧୯ ପରିସ୍ଥିତିରେ ଏଭଳି ଆପ୍‌ ଉପଯୋଗୀ ରହିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଶିବିର ଆଶାବାଦୀ ରହିଛି। ଏହା ଖେଳାଳିଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯଥା-ହାର୍ଟ ରେଟ୍‌, ହାର୍ଟ ରେଟ୍‌ ଭ୍ୟାରିଏସନ୍‌, ରେସ୍ପିରେଟୋରି ରେଟ ଏବଂ ବଡି ଟେମ୍ପରେଚର୍‌ ଆଦି ସଂଗ୍ରହ କରିବ।

ଏଭଳି ବ୍ୟବସ୍ଥା ଆମେରିକାରେ ଏନବିଏ (ନ୍ୟାସନାଲ୍‌ ବାସ୍କେଟବଲ୍‌ ଆସୋସିଏସନ୍)ରେ ପୂର୍ବରୁ ରହି ଆସିଛି। ସୂଚନାଯୋଗ୍ୟ, ଆବୁଧାବିରେ ୧୫,୦୦୦ ବର୍ଗ ଫୁଟ ଅଞ୍ଚଳରେ ଥିବା ଏକ ହୋଟେଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ରହୁଛି। ଏହି ହୋଟେଲ୍ କେବଳ ମୁମ୍ବାଇ ଇଣ୍ଡିଆନ୍ସ ପରିବାର ଲାଗି ୨୪ ଘଣ୍ଟିଆ ସେବା ଯୋଗାଉଛି। କିଛି ଦୂରରେ ୧୦,୦୦୦ ବର୍ଗ ଫୁଟର ଏକ ସ୍ବତନ୍ତ୍ର ନିର୍ମିତ ଜିମ୍ନାସିୟମ୍ ମଧ୍ୟ ରହିଛି। ଖେଳାଳି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ମନୋରଂଜନ କେନ୍ଦ୍ରମାନ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe