ଆଇପିଏଲ୍‌: ରାଜସ୍ଥାନ ବିପକ୍ଷରେ ଟସ୍‌ ଜିଣି ମୁମ୍ବାଇର ବ୍ୟାଟିଂ ନିଷ୍ପତ୍ତି

Advertisment
ଆଇପିଏଲ୍‌: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ଓ୍ଵିକେଟ୍‌ରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରମିୟର ଲିଗ୍‌ (ଆଇପିଏଲ୍‌)-୨୦୨୦ର ୪୫ତମ ମ୍ୟାଚ ପାଇଁ ଆଜି ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଛନ୍ତି। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ଆଇପିଏଲ୍‌ର ପଏଣ୍ଟ ଟେବୁଲରେ ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ ଅଛି। ମୁମ୍ବାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିବା ସହ ୧୪ ପଏଣ୍ଟ ହାସଲ କରିଛି। କିନ୍ତୁ ରାଜସ୍ଥାନର ପ୍ରଦର୍ଶନ ଓଲଟା। ଏହି ଟିମ୍‌ ୧୧ଟି ମ୍ୟାଚ୍‌ ଖେଳି ୪ଟିରେ ବିଜୟ ହାସଲ କରିଥିବା ବେଳେ ୮ ପଏଣ୍ଟ ପାଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe