ଆବୁଧାବି: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୩ତମ ସଂସ୍କରଣରେ ୪୮ତମ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆବୁଧାବିର ଶେଖ୍ ଜୟେଦ୍ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ ପାଇଁ ମୁମ୍ବାଇ ଟିମ୍ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।
ଚଳିତ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ପଏଣ୍ଟ ଟେବୁଲରେ ମୁମ୍ବାଇ ଟିମ୍ ଶୀର୍ଷରେ ଅଛି। ଏହି ଟିମ୍ ୧୧ଟି ମ୍ୟାଚ୍ ଖେଳି ୭ଟିରେ ବିଜୟ ହାସଲ କରିଛି। ତେଣୁ ଆଜିର ମ୍ୟାଚ୍ ଜିତି ଶୀର୍ଷ କ୍ରମରେ ସ୍ଥାନ ବଳବତ୍ତର ରଖିବାକୁ ଚାହିଁବ।
ସେହିପରି ବିରାଟ କୋହଲିଙ୍କ ଟିମ୍ ବାଙ୍ଗାଲୋର ମଧ୍ୟ ମୁମ୍ବାଇ ଭଳି ୧୧ଟି ମ୍ୟାଚ ଖେଳି ୭ଟିରେ ବିଜୟ ହାସଲ କରିଛି। ଟିମ୍ କିନ୍ତୁ ପଏଣ୍ଟ ଟେବୁଲରେ ୨ୟସ୍ଥାନରେ ଅଛି। ମୁମ୍ବାଇକୁ ଟପିବାକୁ ହେଲେ ବାଙ୍ଗାଲୋରକୁ ଆଜିର ମ୍ୟାଚ୍ ଜିତିବାକୁ ହେବ।
Follow Us